ବାଲେଶ୍ବର: ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ । ଚାଲୁଛି ଘନ ଘନ ପ୍ରଚାର । ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ହେଭିଓ୍ବେଟ ନେତା । ଏଭଳି ସ୍ଥିତିରେ ବାଲେଶ୍ବର ଉପନିର୍ବାଚନ ପାଇଁ ଶୁକ୍ରବାର ଏକାକି ବୁଲିଛନ୍ତି କଂଗ୍ରେସ ପ୍ରାର୍ଥୀନୀ ମମତା କୁଣ୍ଡୁ । ବିନା କୌଣସି ନେତା ମନ୍ତ୍ରୀରେ ପ୍ରଚାର କରିଛନ୍ତି ମମତା ।
ଭୋଟରଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଦଳୀୟ ନେତାମାନେ କସରତ ଚଳାଇଛନ୍ତି । ବିଭିନ୍ନ ହେଭିଓ୍ବେଟ ନେତାଙ୍କ ସହ ଜୋରଦାର ପ୍ରଚାର କରୁଛନ୍ତି । ହେଲେ ବାଲେଶ୍ବରର କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ମମତା କୁଣ୍ଡୁ କୌଣସି ନେତାଙ୍କ ବିନା ଏକାକି ପ୍ରଚାର କରିଛନ୍ତି । ଶୁକ୍ରବାର ସହରର 24 ଓ 25 ନଂ ଓ୍ବାର୍ଡରେ ମମତା ବୁଲି ବୁଲି ପ୍ରଚାର କରିଥିଲେ। ଦୁର୍ଗା ମଣ୍ଡପରେ ପହଞ୍ଚି ଲୋକଙ୍କୁ ଭେଟିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ।