ବାଲେଶ୍ଵର: ପୁନଃନିଯୁକ୍ତି ଦାବିରେ କମ୍ପ୍ୟୁଟର ଶିକ୍ଷକ ଶିକ୍ଷତ୍ରୀଙ୍କ ବିକ୍ଷୋଭ । ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ସ୍କୁଲରେ ଆଇସିଟି ବିଦ୍ୟାଳୟ ସଂଯୋଜକ ଭାବେ କାର୍ଯ୍ୟ କରୁଥିବା କମ୍ପ୍ୟୁଟର ଶିକ୍ଷକ ଶିକ୍ଷତ୍ରୀମାନେ ପାଞ୍ଚ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ସେମାନଙ୍କ ଦାବି ମୁତାବକ, ଜିଲ୍ଲାର 272ଟି ବିଦ୍ୟାଳୟରେ ଠିକା ଭାବେ 5 ବର୍ଷ ପୂର୍ବେ ସଂଯୋଜକ ନିଯୁକ୍ତ ହୋଇଥିଲେ। ସେମାନେ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଦେଉଥିଲେ। ମାତ୍ର ଦୁଇବର୍ଷ ପୂର୍ବରୁ ସେମାନଙ୍କୁ ଛଟେଇ କରି ଦିଆଯାଇଛି। ଏଥିପାଇଁ ସେମାନଙ୍କୁ ପୁନଃନିଯୁକ୍ତି ଦାବି କରାଯାଇଛି।