ବାଲେଶ୍ବର:ଛଟେଇ କମ୍ପୁଟର ଶିକ୍ଷକଙ୍କୁ ଶୀଘ୍ର ପୁନଃନିଯୁକ୍ତି ନେଇ ଦାବି । ବାଲେଶ୍ବର ଜିଲ୍ଲାର ୨୭୪ ସରକାରୀ ବିଦ୍ୟାଳୟର ୨୭୪ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯିବା ପରେ ସେମାନଙ୍କୁ ଶୀଘ୍ର ପୁଣି ନିଯୁକ୍ତି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆହୋଇଛି ।
ଗତ ତିନିମାସ ତଳେ ୨୭୪ ସରକାରୀ ବିଦ୍ୟାଳୟର ୨୭୪ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରାଯାଇଥିଲା । ଏନେଇ ସେମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେଥିରେ ବିଳମ୍ବ ହୋଇଥିବା ଦେଖିବାରୁ ମିଳିଛି ।