ଓଡିଶା

odisha

ETV Bharat / state

ମେଡିକାଲ ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ;ଜିଲ୍ଲାପାଳ ଓ ଏସପିଙ୍କ ତଦନ୍ତ - ମେଡିକାଲ ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ନେଇ ଶନିବାର ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ମେଡିକାଲରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି। ଅଧିକ ପଢନ୍ତୁ...

District hospital balesore
ମେଡିକାଲ ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ

By

Published : Feb 1, 2020, 5:39 PM IST

ବାଲେଶ୍ଵର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯାଉଥିବାର ଅଭିଯୋଗ ଆସିବା ପରେ, ଶନିବାର ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ମେଡିକାଲରେ ପହଞ୍ଚି ଏହାର ତଦନ୍ତ କରିଛନ୍ତି ।

ମେଡିକାଲର ବିଭିନ୍ନ ୱାର୍ଡରେ ରୋଗୀଙ୍କୁ ନିମ୍ନ ମାନର ଓ କମ ପରିମାଣର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଜିଲ୍ଲାପାଳ ଓ ଏସପି ମେଡିକାଲରେ ପହଞ୍ଚି ସର୍ଜରି, ମେଡ଼ିସିନ ୱାର୍ଡରେ ରୋଗୀଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଖାଦ୍ୟର ମାନ ସମ୍ପର୍କରେ ବୁଝିଥିଲେ।

ମେଡିକାଲ ଖାଦ୍ୟ ଯୋଗାଣରେ ଅବ୍ୟବସ୍ଥା ଅଭିଯୋଗ

ତଦନ୍ତ ପରେ ଖାଦ୍ୟ ଯୋଗାଉଥିବା ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ ଥାନାରେ ଏତଲା ଦେବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଠିକା ସଂସ୍ଥାକୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଦେବା ପରେ ଥାନାରେ ଏତଲା ଦିଆଯିବ ବୋଲି ସିଡ଼ିଏମଓ କହିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details