ଓଡିଶା

odisha

ETV Bharat / state

କୋଇଲା ବୋଝେଇ ଟ୍ରେନରେ ନିଆଁ - fire in coal-laden train

ବାଲେଶ୍ଵର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବାଲେଶ୍ଵର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି।

balasore
କୋଇଲା ବୋଝେଇ ଟ୍ରେନରେ ନିଆଁ

By

Published : Apr 29, 2020, 11:44 AM IST

ବାଲେଶ୍ଵର: କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ । ବାଲେଶ୍ଵର ରେଳ ଷ୍ଟେସନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବରପାଇ ବାଲେଶ୍ଵର ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି। ଏଥିରେ କୌଣସି କ୍ଷତି ହୋଇ ନଥିବା ସୂଚନା ମିଳିଛି।

କୋଇଲା ବୋଝେଇ ଟ୍ରେନରେ ନିଆଁ

ମିଳିଥିବା ସୂଚନା ଅନୁସାରେ, ନିମାପୁରରୁ ଏକ କୋଇଲା ବୋଝେଇ ଟ୍ରେନ ଦକ୍ଷିଣ ଭାରତକୁ ଯାଉଥିଲା। ରୁପ୍ସା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ବଗିରୁ ଧୂଆଁ ବାହାରୁଥିବା ଦେଖି ଷ୍ଟେସନ କର୍ମଚାରୀମାନେ ବାଲେଶ୍ଵର ଷ୍ଟେସନକୁ ଖବର ଦେଇଥିଲେ। ବାଲେଶ୍ଵର ଷ୍ଟେସନରେ ଟ୍ରେନ ଅଟକାଇ ଅଗ୍ନିଶମ ବିଭାଗ ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details