ଓଡିଶା

odisha

ETV Bharat / state

Mega Water Project: ବାଲେଶ୍ବରରେ ହେବ ପାନୀୟ ଜଳ ପ୍ରକଳ୍ପ, ୧୭୨ କୋଟି ମଞ୍ଜୁର - 172 crore sanction for water project

ଉତ୍ତର ବାଲେଶ୍ଵରବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)ଙ୍କ ବଡ ଭେଟି । ଅଧିକ ପଢନ୍ତୁ

Mega Water Project: ବାଲେଶ୍ବରରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ
Mega Water Project: ବାଲେଶ୍ବରରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ

By

Published : Nov 24, 2021, 12:51 PM IST

ବାଲେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik) ଉତ୍ତର ବାଲେଶ୍ଵରବାସୀଙ୍କୁ ଏକ ବଡ଼ ପ୍ରକଳ୍ପ ଭେଟି ଦେଇଛନ୍ତି । ବାଲିଆପାଳରେ ୧୭୨ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପ(Mega Water Project)କୁ ଅନୁମୋଦନ କରି ବାଲେଶ୍ଵରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Mega Water Project: ବାଲେଶ୍ବରରେ ହେବ ମେଗା ପାନୀୟ ଜଳ ପ୍ରକଳ୍ପ
୨୦୧୭ରେ ବାଲିଆପାଳ ଅଞ୍ଚଳରେ ଘୋର ପାନୀୟ ଜଳ ସମସ୍ୟା ଦେଖା ଦେଇଥିଲା । ବାଲିଆପାଳରୁ ୧୦ ଖଣ୍ଡ ବସରେ ମହିଳାମାନେ ଜଳ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ତତ୍କାଳୀନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ଦାବି ଜଣାଇଥିଲେ । ଏନେଇ ସାଂସଦ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଏହି ପ୍ରକଳ୍ପର ସର୍ଭେ କାମ ସରିବା ପରେ ଡିପିଆର ପ୍ରସ୍ତୁତ ହୋଇଥିଲା । ମଙ୍ଗଳବାର କ୍ୟାବିନେଟ (cabinet meeting)ରେ ଏହି ପ୍ରକଳ୍ପକୁ ଆର୍ଥିକ ଅନୁମୋଦନ ମିଳିଛି । ରାଜ୍ୟ ସରକାର ୧୭୨ କୋଟି ଟଙ୍କା ପ୍ରକଳ୍ପ ପାଇଁ ମଞ୍ଜୁରୀ ଦେଇଛନ୍ତି ।

ଏହି ପ୍ରକଳ୍ପ ହେବା ଦ୍ଵାରା ୨୧ ଟି ପଞ୍ଚାୟତର ୧୪୪ ଟି ଗାଁର ଓ ୩୭ ହଜାର ପରିବାର ସିଧାସଳଖ ଭାବେ ମେଗା ପାନୀୟ ଜଳ ଯୋଗାଣରେ ଉପକୃତ ହୋଇପାରିବେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details