ଓଡିଶା

odisha

ETV Bharat / state

ନିର୍ବାଚନ ପରେ ହିଂସାକାଣ୍ଡ, ବିଜେଡି କର୍ମୀଙ୍କୁ ମାଡମରା ଅଭିଯୋଗ - injured

ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଥାନା ବଡକସବା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଲିଆପାଳ ବଜାରରୁ କିଛି ବିଜେଡି କର୍ମୀ ଘରକୁ ଯାଉଥିଲେ । ଏତିକିବେଳେ ଗାଁ ମଝିରେ କଂଗ୍ରେସ ଦଳ ପକ୍ଷରୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ତିନି ଜଣ ବିଜେଡି କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : May 1, 2019, 1:32 PM IST

ବାଲେଶ୍ୱର: ବାଲେଶ୍ବର ବସ୍ତା ଅଞ୍ଚଳରେ ନିର୍ବାଚନ ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଆପାଳ ଥାନା ବଡକସବା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଲିଆପାଳ ବଜାରରୁ କିଛି ବିଜେଡି କର୍ମୀ ଘରକୁ ଯାଉଥିଲେ । ଏତିକିବେଳେ ଗାଁ ମଝିରେ କଂଗ୍ରେସ ଦଳ ପକ୍ଷରୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆକ୍ରମଣରେ ତିନି ବିଜେଡି କର୍ମୀ ଗୁରୁତର ହୋଇଥିବାବେଳେ ଜଣେ କଂଗ୍ରେସ କର୍ମୀ ଆହତ ହୋଇଥିବା ଜଣାପଡିଛି । ତେବେ ଗତକାଲି ବିଜେଡି କର୍ମୀମାନେ ବୁଥ ଭିତରେ ରହି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଲୋକଙ୍କୁ କହୁଥିବା କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡିଛି।

ଗୁରୁତରମାନେ ହେଲେ ବଡ଼ କସବା ଗ୍ରାମର କାଳିଚରଣ ଜେନା (୩୦), ଶ୍ରୀକାନ୍ତ ମହାପାତ୍ର (୪୦), ନିଳାମ୍ବର ରଣା (୪୨) । ଗୁରୁତରଙ୍କୁ ବାଲେଶ୍ଵର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲାବେଳେ ଆହତମାନେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details