ଓଡିଶା

odisha

ETV Bharat / state

ବସଷ୍ଟାଣ୍ଡ ଜମିରେ ବ୍ୟବସାୟ କେନ୍ଦ୍ର ଓ ହୋଟେଲ ନିର୍ମାଣ କରୁ ବିରୋଧ, ଆଇନର ଆଶ୍ରୟ ନେବ ସିଭିଲ ସୋସାଇଟି - ବାଲେଶ୍ୱର ସିଭିଲ ସୋସାଇଟି

ବାଲେଶ୍ୱର ଜିଲ୍ଲା ପ୍ରଶାସନ କାର୍ଯ୍ୟକଳାପ ବିରୋଧରେ ଗର୍ଜିଲା ସିଭିଲ ସୋସାଇଟି। ସରକାରୀ ଜମିକୁ ଘରୋଇ ମାଲିକାନାକୁ ହସ୍ତାନ୍ତର ପାଇଁ ଉଦ୍ୟମକୁ ତୀବ୍ର ବିରୋଧ। ଅଧିକ ପଢ଼ନ୍ତୁ

ବାଲେଶ୍ୱର ଜିଲ୍ଲା ପ୍ରଶାସନ କାର୍ଯ୍ୟକଳାପ ବିରୋଧରେ ଗର୍ଜିଲା ସିଭିଲ ସୋସାଇଟି
ବାଲେଶ୍ୱର ଜିଲ୍ଲା ପ୍ରଶାସନ କାର୍ଯ୍ୟକଳାପ ବିରୋଧରେ ଗର୍ଜିଲା ସିଭିଲ ସୋସାଇଟି

By

Published : Apr 7, 2023, 4:43 PM IST

ବାଲେଶ୍ୱର ଜିଲ୍ଲା ପ୍ରଶାସନ କାର୍ଯ୍ୟକଳାପ ବିରୋଧରେ ଗର୍ଜିଲା ସିଭିଲ ସୋସାଇଟି

ବାଲେଶ୍ବର:2010 ମସିହାରେ ବାଲେଶ୍ବରରେ ଏକ ଉନ୍ନତମାନର ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ 13 ବର୍ଷ ବତିଯାଇଥିଲେ ମଧ୍ୟ ଖାଲି ପାଚେରି ଉଠିଛି । ହେଲେ ଏହି ଜମିକୁ ଏବେ ଜମିରେ ନୂଆ ଘର ତିଆରି କରି ଓଆରୀ ବିକ୍ରି ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଯୋଜନା କରିଛି । ଯାହାକୁ ନେଇ ବାଲେଶ୍ଵରର ସିଭିଲ ସୋସାଇଟି ପକ୍ଷରୁ ତୀବ୍ର ବିରୋଧ କରାଯିବା ସହ ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଇନର ଆଶ୍ରୟ ନେବା କଥା କୁହାଯାଇଛି ।

ସୂଚନା ଅନୁସାରେ, ଗତ ୨୦୧୦ ମସିହାରେ ଜାନୁଗଞ୍ଜ ଗୋଲେଇ ଛକ ନିକଟ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଗଣେଶ୍ୱରପୁର ମୌଜାରେ ମୁଖ୍ୟମନ୍ତ୍ରୀ ଆଠ ଏକର ପରିମିତ ଜମିରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏହି ଜମିର ଚତୁଃପାର୍ଶ୍ବରେ ବ୍ରିଟ ଦ୍ୱାରା ପାଚେରୀ ନିର୍ମାଣ ମଧ୍ୟ କରା ଯାଇଥିଲା । ମାତ୍ର ତାହା ଆଜିଯାଏଁ ସେତିକିରେ ହିଁ ସୀମିତ ରହିଛି । ବାଲେଶ୍ଵର ସହରର ଜନସଂଖ୍ୟା ଓ ଯାତାୟତର ସୁବିଧା ପାଇଁ ଏହି ପ୍ରସ୍ତାବିତ ଶିଳାନ୍ୟାସକୁ ବାଲେଶ୍ବରବାସୀ ସ୍ବାଗତ କରିଥିଲେ । ମାତ୍ର ଚଳିତ ୨୦୨୩ ମସିହାରେ ଏହି ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରୁ ସାଢ଼େ ଛଅ ଏକର ଜମି ଉପରେ ବହୁତଳ ଫ୍ଲାଟ୍ ଓ ବ୍ୟବସାୟ ଗୃହ ନିର୍ମାଣ କରି ବ୍ୟକ୍ତିବିଶେଷଙ୍କୁ ବିକ୍ରି କରିବାକୁ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସିଭିଲ ସୋସାଇଟି ସଭାପତି କହିଛନ୍ତି,"ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଏହି ଅପରିଣାମଦର୍ଶୀ ନିଷ୍ପତ୍ତିକୁ ସିଭିଲ ସୋସାଇଟି ଓ ବିଭିନ୍ନ ସାମାଜିକ ସଂଗଠନ ବିରୋଧ କରୁଛି । ତେବେ ଜିଲ୍ଲାପାଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆ ଯାଇଥିଲା । ଅନ୍ୟପଟେ ସହଦେବଖୁଣ୍ଟାରେ ଥିବା ପୁରୁଣା ବସ୍‌ଷ୍ଟାଣ୍ଡକୁ ନବୀକରଣ ଆଳରେ ଆଠ କୋଟିରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଭିତରେ ବ୍ୟବସାୟ କେନ୍ଦ୍ର ଓ ହୋଟେଲ ପ୍ରଭୃତି ପାଇଁ ନିର୍ମାଣ କାର୍ଯ୍ୟ ଚାଲିଛି ।"

ତେବେ ବସଷ୍ଟାଣ୍ଡରେ 31ଟି ବସ ରହିବାର ସ୍ଥାନ ଦିଆଯାଇଛି । ବାଲେଶ୍ବରରେ ୩୦୦ରୁ ଊର୍ଦ୍ଧ୍ବ ଘରୋଇ ବସ୍ ଚଳାଚଳ କରୁଥିବାବେଳେ ବସଷ୍ଟାଣ୍ଡ ସଙ୍କୁଚିତ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛି ସିଭିଲ ସୋସାଇଟି । ଓଭରବ୍ରିଜ୍ ଉପରକୁ ଉଠୁଥିବା ବସ୍ ଓ ଓହ୍ଲାଉଥିବା ବସ୍ ଚଳାଚଳ ସାଧାରଣ ଲୋକଙ୍କ ଯାତାୟତ ଓ ଜରୁରୀ ସେବାରେ ଥିବା ଆମ୍ବୁଲାନ୍ସ, ଦମକଳ ଓ ପୋଲିସ୍ ଗାଡ଼ି ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି ଏବଂ ଦୁର୍ଘଟଣାମାନ ଘଟୁଥିବା ନଜିର ରହିଛି ।

ଏଥିପାଇଁ ସହର ବାହାରେ ଓ ଜାତୀୟ ରାଜପଥ ପାର୍ଶ୍ବରେ ବସଷ୍ଟାଣ୍ଡ ପାଇଁ ଉଦ୍ଦିଷ୍ଟ ସରକାରୀ ଜମିକୁ ଘରୋଇ ମାଲିକାନାକୁ ହସ୍ତାନ୍ତର ପାଇଁ ଉଦ୍ୟମରୁ ଜିଲ୍ଲା ପ୍ରଶାସନ ନିବୃତ୍ତ ହେବାକୁ କହିଛି ସିଭିଲ ସୋସାଇଟି । ଯଦି ଟେଣ୍ଡର ପ୍ରକ୍ରିୟା ପ୍ରତ୍ୟାହାର ନହୁଏ, ତେବେ ବାଲେଶ୍ବରବାସୀ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ଓ ସରକାରୀ ଜମିରେ କୌଣସି ନିର୍ମାଣ କାର୍ଯ୍ୟ କରାଇ ଦେବେ ନାହିଁ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details