ଓଡିଶା

odisha

ETV Bharat / state

‘ବାଲେଶ୍ବରରେ ପ୍ରତିଷ୍ଠା ହେବ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ’ - ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର

କୋଭିଡ ସ୍ଥିତି ବାଲେଶ୍ବରରେ ଅନ୍ୟ ଏକ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବା ନେଇ ସୂଚନା ଦିଆଯାଇଛି। ସମୀକ୍ଷା କରିବା ପାଇଁ ଓଡିଶା ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବାଲେଶ୍ଵର ମେଡିକାଲରେ ପହଞ୍ଚି ସମୀକ୍ଷା କରିଛନ୍ତି ।

ବାଲେଶ୍ୱରରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ବାଲେଶ୍ୱରରେ କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

By

Published : Sep 11, 2020, 2:19 PM IST

Updated : Sep 11, 2020, 6:22 PM IST

ବାଲେଶ୍ବର: କୋଭିଡ ସ୍ଥିତି ସମୀକ୍ଷା କରିବା ପାଇଁ ଓଡିଶା ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବାଲେଶ୍ଵର ମେଡିକାଲରେ ପହଞ୍ଚି ସମୀକ୍ଷା କରିଛନ୍ତି । ଏହି ଟିମ ବାଲେଶ୍ଵର ଜ୍ୟୋତି କୋଭିଡ ହସ୍ପିଟାଲ ଓ ବାଲେଶ୍ଵର ମେଡିକାଲ କଲେଜ ଗସ୍ତ କରିଛନ୍ତି ।

‘ବାଲେଶ୍ବରରେ ପ୍ରତିଷ୍ଠା ହେବ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ’

ଏହାପରେ ବାଲେଶ୍ଵର ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ କୋଭିଡ ସ୍ଥିତିକୁ ନେଇ ବାଲେଶ୍ଵର ସର୍କିଟ ହାଉସରେ ସମୀକ୍ଷା କରାଯାଇଛି । ଜ୍ୟୋତି କୋଭିଡ ହସ୍ପିଟାଲରେ ଚିକିତ୍ସା ସୁବିଧାକୁ ଅଧିକ ତ୍ବାରାନ୍ବିତ କରିବା ପାଇଁ 10 ଜଣ ନର୍ସଙ୍କ ତ୍ବରିତ ନିଯୁକ୍ତି କରାଯାଇଛି । ଏହାସହ ବାଲେଶ୍ବରରେ ଅନ୍ୟ ଏକ 100 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବା ନେଇ ସୂଚନା ଦିଆଯାଇଛି।

ଅସିତ ତ୍ରିପାଠୀଙ୍କ ସମେତ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଓ ଡିଏମ୍ଇଟି ପ୍ରଫେସର ଡ଼ଃ ସି ବିକେ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Sep 11, 2020, 6:22 PM IST

ABOUT THE AUTHOR

...view details