ବାଲେଶ୍ବର:ବାଲେଶ୍ଵର ଚାନ୍ଦିପୁର ପ୍ରତିରକ୍ଷା ମନ୍ତ୍ରଣାଳୟର ଗୁପ୍ତତଥ୍ୟ ପାକିସ୍ଥାନକୁ ପ୍ରଦାନ ମାମଲା । ଘଟଣାକୁ ନେଇ ପୁରା ଆକ୍ସନ ମୁଡରେ ଅଛି ପୋଲିସ ସମେତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ।
ତେବେ ଅଧିକ ତଦନ୍ତର ଆବଶ୍ୟକତା ଥିବାବେଳେ, ଏହାକୁ ଗୁରୁତର ସହ ନେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ । ଏନେଇ ଆଇଜି ଲାଲ ଆଜି ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା କେନ୍ଦ୍ର(ଡିଆରଡିଓ) ର ମୁଖ୍ୟ ସୁରକ୍ଷା ଅଧିକାରୀ ( ସିଏସଓ)ଙ୍କ ସହ ବୈଠକ କରିଛନ୍ତି । ଓଡିଶା କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଏବେ ମାମଲାର ତଦନ୍ତ କରୁଛି । ତେବେ ତଦନ୍ତରେ ସହଯୋଗ ଓ ଅନ୍ୟ କିଛି ପ୍ରସଙ୍ଗରେ ଆଇଜି ଲାଲ ଓ ଡିଆରଡିଓ ସିଏସଓଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି ।