ବାଲେଶ୍ବର: କଲିକତାରୁ ଗିରଫ ହେଲା ଚିଟଫଣ୍ଡ ସଂସ୍ଥାର ଚେୟରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର। ପାଖାପାଖି ୧୫ କୋଟି ଟଙ୍କା ଚଳୁ କରିବା ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରରୁ ଏକ ଟିମ୍ ଯାଇ Chairman & Managing Director M/s Mass Infra Reality Ltd. and Human Welfare Credit & Thrift Co-operative Society Ltdର ପ୍ରତାପ କୁମାର ବିଶ୍ବାଳକୁ କୋଲକାତାର ନିୟୁ ଗରିଆ ଅଞ୍ଚଳରୁ ଗିରଫ କରିଛି ।
କଲିକତାରୁ ଗିରଫ ଚିଟଫଣ୍ଡ ସଂସ୍ଥାର ଚେୟାରମେନ 2012 ମସିହାରେ ପଶ୍ଚିମବଙ୍ଗ ବରସାତ ପୋଲିସ ଷ୍ଟେସନ ଜରିଆରେ ୨୪ ପ୍ରଗଣାରେ ଏହି ସଂସ୍ଥା ଖୋଲିଥିଲେ ସେ । ପରେ ଦିଲ୍ଲି ଲକ୍ଷ୍ମୀନଗର ଅଞ୍ଚଳରେ ଆଉ ହ୍ୟୁମାନ ଓ୍ବେଲଫେୟାର ନାଁରେ ଏକ ଟଙ୍କା ଇନଭେଷ୍ଟମେଣ୍ଟର ସ୍କିମ କରିଥିଲେ। ଏନେଇ ବାଲେଶ୍ବର ସୋରୋ ଅଞ୍ଚଳରେ ଅନେକ ଲୋକଙ୍କଠୁ ଅଧିକ ସୁଧ ସ୍କିମର ଲୋଭ ଦେଖାଇ ଲୋକଙ୍କ ଠୁ ଟଙ୍କା ଡିପୋଜିଟ ନେଇଥିଲେ।
ଗିରଫ ପରେ ପ୍ରତାପକୁ ପ୍ରଥମେ ଅତିରିକ୍ତ ଚିଫ୍ ଯୁଡ଼ିସିଆଲ ମାଜିଷ୍ଟ୍ରେଟ, ୨୪ ପ୍ରଗଣା ସାଉଥଙ୍କ ନିକଟରେ ହାଜିର କରିବା ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ବାଲେଶ୍ଵର ଓପିଆଇଡି କୋର୍ଟରେ ହଜାର କରିଛି । ସୋରର ଶୁକଦେବ ହୋତା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ମୂଳେ ଚିଟଫଣ୍ଡ ସଂସ୍ଥା ଚେୟାରମ୍ୟାନ ପ୍ରତାପ କୁମାର ବିଶ୍ବାଳ ଓ ତାର ୬ ଜଣ ଡାଇରେକ୍ଟରଙ୍କ ନାମରେ ୩୦ / ୮/ ୧୦୧୯ରେ ଅର୍ଥନୈତିକ ଅପରାଧ ଶାଖାରେ ଏକ ମାମଲା ରୁଜୁ ଯାଇଥିବା ବେଳେ ପ୍ରତାପ କୁମାର ବିଶ୍ବାଳକୁ ଇଓଡବ୍ଲ୍ୟୁ ଗିରଫ କରିବାରେ ସମର୍ଥ ହୋଇଥିଲେ । ହେଲେ ଅନ୍ୟ ସମସ୍ତ ୬ ଜଣ ଡାଇରେକ୍ଟର ଫେରାର ଅଛନ୍ତି । ଏହି ଠକ କମ୍ପାନୀ ବିଭିନ୍ନ ଯୋଜନା ଅଧୀନରେ ଜମା ଉପରେ ଅଧିକ ସୁଧ ହାର ଫେରସ୍ତ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସାଧାରଣ ଜନତାଙ୍କୁ ଆକର୍ଷିତ କରିଥିଲା ଏବଂ ଅନଧିକୃତ ଭାବରେ ଅନେକ ନିବେଶକଙ୍କ ଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିଲା ପରେ ସେହି ସ୍ଥାନରୁ ପଳାଇ ଯିବା ସହିତ ସେମାନଙ୍କ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରିଦେଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ ଓ ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ