ବାଲେଶ୍ଵର: ଜିଲ୍ଲାର ରେମୁଣା ବ୍ଲକ କଲ୍ୟାଣପୁର ପଞ୍ଚାୟତର ହଳଦିଆ ଫେରିଘାଟ। ଯେଉଁଠି ପ୍ରତିଦିନ ବାଜି ଲାଗୁଛି ଲୋକଙ୍କ ଜୀବନ । ହଳଦିଆ ଗାଁରୁ ଡିଙ୍ଗାବାଲି ମଝିରେ ପଡେ ବୁଢ଼ାବଳଙ୍ଗ ନଦୀ । ଯିବା ଆସିବା ପାଇଁ 5ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପୋଲ କାମ ଏଯାଏଁ ସରିନି । ଆଵଶ୍ୟକତା ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଲୋକେ ଏକ ଦେଶୀ ଡଙ୍ଗାକୁ କରିଛନ୍ତି ଭରଷା।
ଡ଼ଙ୍ଗାରେ ବିପଦଜନକ ଯାତାୟତ ଅନେକ ସମୟରେ ଲୋକଙ୍କୁ ପଡିଛି ମହଙ୍ଗା । ଗତବର୍ଷ ଡଙ୍ଗାର ନାଉରିଆ ନଦୀରେ ପଡି ନିଖୋଜ ହୋଇଥିବା ଖବର ମନରୁ ନ ଲିଭୁଣୁ ଗତ 8 ତାରିଖରେ 30 ଯାତ୍ରୀ ନେଇ ଯାଉଥିବା ଡଙ୍ଗା ମଝି ନଈରେ ଓଲଟି ପଡିଲା । ସୌଭାଗ୍ୟ ବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ 10ଟିରୁ ଊର୍ଦ୍ଧ୍ବ ସାଇକେଲ ଓ ଲୋକଙ୍କ ଜିନିଷ ପତ୍ର ବୁଡି ଯାଇଥିଲା।