ଓଡିଶା

odisha

ଉପନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିଜେଡିକୁ ଟାର୍ଗେଟ

By

Published : Nov 1, 2020, 6:57 PM IST

ବାଲେଶ୍ବର ସଦରରେ ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। 21 ବର୍ଷ ଶାସନ କାଳ ଭିତରେ ଯାହା ପ୍ରତିଶୃତି ମିଳିଥିଲା ତାହା ପାଳନ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ। ଅଧିକ ପଢ଼ନ୍ତୁ...

ଉପନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିଜେଡିକୁ ଟାର୍ଗେଟ
ଉପନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିଜେଡିକୁ ଟାର୍ଗେଟ

ବାଲେଶ୍ବର: ବାଲେଶ୍ବର ସଦରରେ ଉପନିର୍ବାଚନ ନେଇ ଅଞ୍ଚଳରେ ଏବେ ବିଜେଡି, ବିଜେପି ଓ କଂଗ୍ରେସର ବରିଷ୍ଠ ନେତାମାନେ ଆସର ଜମାଇଛନ୍ତି । ଲୋକଙ୍କ ଭୋଟ ହାତେଇବା ପାଇଁ ଅନେକ ପ୍ରକାର ପ୍ରତିଶୃତି ଦେଇ ଚାଲିଛନ୍ତି ସମସ୍ତ ନେତା ଓ ସମସ୍ତ ପ୍ରାର୍ଥୀ। ନଭେମ୍ବର 3 ତାରିଖରେ ହେବ ନିର୍ବାଚନ। ତେବେ ନିର୍ବାଚନ ପୂର୍ବରୁ ଆଜି(ରବିବାର) କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳ ବିଜେଡିକୁ ଟାର୍ଗେଟ କରିଛନ୍ତି ।

ଉପନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିଜେଡିକୁ ଟାର୍ଗେଟ

ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, "ବିଜେଡି କେବଳ ମିଛ ପ୍ରତିଶୃତି ଲୋକଙ୍କୁ ଦେଉଛି। 21 ବର୍ଷ ଶାସନ କାଳ ଭିତରେ ଯାହା ପ୍ରତିଶୃତି ଦେଇଛି ତାହା ପାଳନ କରିନାହିଁ। ଏବେ ଉପନିର୍ବାଚନ ଥିବାରୁ ବିଜେଡିର ମାଳମାଳ ନେତା ବାଲେଶ୍ଵରରେ ଡେରା ପକାଇ ଭୋଟ କିଣିବାକୁ ଚେଷ୍ଟା କରୁଛନ୍ତି। ବାଲେଶ୍ବରରେ ନୂଆ ବସଷ୍ଟାଣ୍ଡ ପାଇଁ ଶୁଭ ଦିଆ ହୋଇଥିଲା। ଏହାର କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଗାଙ୍ଗଯୋଡ଼ି-ଚୂଡ଼ାଖିଆ ନଦୀ ପୋଲ ପାଇଁ ଶୁଭ ଦିଆଯାଇଥିଲା। ସେହି କାର୍ଯ୍ୟ ବି ଆରମ୍ଭ ହୋଇପାରିନାହିଁ। ଏହାସହ ବାଲେଶ୍ବରରେ ରାସ୍ତାଘାଟ ଅବସ୍ଥା ଅତ୍ୟନ୍ତ ଖରାପ। 21 ବର୍ଷ ମଧ୍ୟରେ ଏହି ସବୁ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ। ଚଳିତ ଉପ ନିର୍ବାଚନରେ ବାଲେଶ୍ଵରବାସୀ ତାର ଉଚିତ ଜବାବ ଦେବେ।"

ନଭେମ୍ବର 3 ତାରିଖରେ ତିର୍ତ୍ତୋଲ ଓ ବାଲେଶ୍ବର ସଦର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏଥିପାଇଁ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ରଞ୍ଜନ ଦତ୍ତ ପ୍ରାର୍ଥି ହୋଇଛନ୍ତି। ସେହିଭଳି ବିଜେଡି ପକ୍ଷରୁ ସ୍ବରୂପ ଦାସ ବାଲେଶ୍ବର ସଦର ଆସନ ପାଇଁ ଲଢ଼ୁଛନ୍ତି। ସେପଟେ କଂଗ୍ରେସ ପକ୍ଷରୁ ମମତା କୁଣ୍ଡୁ ଏହି ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି। ନଭେମ୍ବର 10 ତାରିଖରେ ଭୋଟ ଗଣତି କରାଯିବ। ଏହାପରେ ନଭେମ୍ବର 12 ତାରିଖରେ ଉପନିର୍ବାଚନ ଫଳାଫଳ ଘୋଷଣା କରାଯିବା କାର୍ଯ୍ୟକ୍ରମ ରହିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details