ଓଡିଶା

odisha

ଗୁଣ୍ଡିଚାଯାତ୍ରାର ଶେଷଦିନରେ ରଥ ଟାଣିଲେ କେନ୍ଦ୍ରମନ୍ତ୍ରୀ

By

Published : Jul 6, 2019, 9:26 PM IST

ନୀଳଗିରିରେ ମହାପ୍ରଭୁ ଜଗନ୍ନାଥଙ୍କ ଗୁଣ୍ଡିଚାଯାତ୍ରା ସମାପନ ହୋଇଛି । ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନୀଳଗିରି ବଡଦାଣ୍ଡରେ ରଥ ଟାଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ନୀଳଗିରିରେ ସମ୍ପନ୍ନ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଟଣା । ଶେଷଦିନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନୀଳଗିରି ବଡଦାଣ୍ଡରେ ରଥ ଟାଣିଥିଲେ । 3 ଦିନ ବ୍ୟାପି ଚାଲିଥିବା ଗୁଣ୍ଡିଚାଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୁଇଦିନ ରଥଟଣା ହେବାପରେ ଆଜି ଅପରାହ୍ନରେ ତିନିଠାକୁର ମାଉସୀମା ମନ୍ଦିର ନିକଟରେ ପହଞ୍ଚିଥିଲେ । ଆଜିର ରଥଟଣାରେ ସାମିଲ ହୋଇଥିଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଭକ୍ତମାନଙ୍କ ସହ ମିଶି କେନ୍ଦ୍ରମନ୍ତ୍ରୀ ଓ ନୀଳଗିରି ବିଧାୟକ ସୁକାନ୍ତ ନାୟକ ରଥ ଟାଣିଥିଲେ । ରାତି ଦଶଟା ପରେ ତିନି ଠାକୁର ଜନ୍ମବେଦୀକୁ ଗୋଟି ପହଣ୍ଡିରେ ବିଜେ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details