ଓଡିଶା

odisha

ETV Bharat / state

Balasore Train Accident: 3ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା CBI, 5ଦିନିଆ ରିମାଣ୍ଡରେ ନେଲା ତଦନ୍ତକାରୀ ସଂସ୍ଥା - ଟ୍ରେନ ଦୁର୍ଘଟଣା

ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ଘଟଣାରେ ସିବିଆଇ 3 ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

Balasore Train Accident
Balasore Train Accident

By

Published : Jul 7, 2023, 6:37 PM IST

Updated : Jul 7, 2023, 10:58 PM IST

Balasore Train Accident: 3ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା CBI

ଭୁବନେଶ୍ବର:ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏହି ଘଟଣାରେ ସିବିଆଇ 3 ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ବରିଷ୍ଠ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ ଓ ଟେକ୍ନିସିଆନ ପପୁ କୁମାର । ଏମାନଙ୍କ ବିରୋଧରେ ଆଇପିସି 304ଓ 201(ଜାଣିଶୁଣି ଅପରାଧ ଘଟାଇବା, ଅପରାଧର ପ୍ରମାଣକୁ ନଷ୍ଟ କରିବା ଓ ଅପରାଧକୁ ନେଇ ମିଥ୍ୟା ତଥ୍ୟ ଦେବା) ଧାରା ଲାଗୁ କରିଛି । ଏହି ଭୟଙ୍କର ଦୁର୍ଘଟଣାରେ ଏଯାବତ 294 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଅନେକ ଭୁବନେଶ୍ବରରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାରେ ହଜାରେରୁ ଅଧିକ ଆହତ ମଧ୍ୟ ହୋଇଥିଲେ । କେନ୍ଦ୍ର ରେଳ ମନ୍ତ୍ରଣାଳୟ ଘଟଣାର ତଦନ୍ତ ଲାଗି ସିବିଆଇ ସୁପାରିଶ କରିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ତେବେ 5ଦିନିଆ ରିମାଣ୍ଡରେ ନେଲା ତଦନ୍ତକାରୀ ସଂସ୍ଥା ।

ଏପଟେ ଗିରଫ ପରେ ଭୁବନେଶ୍ୱର CBI ଅଫିସ୍‌ରେ ୩ ଅଭିଯୁକ୍ତ । କଡ଼ା ସୁରକ୍ଷାରେ ସିବିଆଇ ଅଫିସ୍‌ରେ ୩ ଅଭିଯୁକ୍ତଙ୍କୁ ରଖାଯାଇଛି । ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ପେଶାଲ ସିବିଆଇ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି । ଏହାପରେ ଭୁବନେଶ୍ବର ସିବିଆଇ ଅଫିସ ବାହାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଇଛି । ପରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଗିରଫ ୩ ଅଭିଯୁକ୍ତଙ୍କୁ । କଡ଼ା ସୁରକ୍ଷାରେ ଭୁବନେଶ୍ବର ସିବିଆଇ ଅଫିସ୍‌ରୁ ୩ ଅଭିଯୁକ୍ତଙ୍କୁ ନିଆଯାଇଥିଲା । ୩ ଅଭିଯୁକ୍ତଙ୍କୁ ମେଡିକାଲ ଚେକ୍‌ଅପ ପାଇଁ ନିଆଯାଇଥିବା ସୂଚନା ରହିଛି ।

ଏହା ବି ପଢନ୍ତୁ- Train Accident: ସିବିଆଇ ତଦନ୍ତ ଜାରି, 3 ରେଳ କର୍ମଚାରୀଙ୍କୁ ପଚରାଉଚରା

କାହିଁକି ଘଟିଲା ବାହାନଗା ଟ୍ରେନ ଦୁର୍ଘଟଣା ? କେଉଁଠି ରହିଲା ତ୍ରୁଟି ? କିଏ ଏହାର ଦାୟୀ ? ଦୁର୍ଘଟଣା ପଛର କାରଣ ଯାନ୍ତ୍ରିକ ନା ମନୁଷ୍ୟକୃତ ତାର ଖୋଳତାଡ କରିଥିଲା ସିବିଆଇ । ବିଭିନ୍ନ ଦିଗକୁ ନେଇ ସିବିଆଇ ତଦନ୍ତ ପରେ 3ଜଣ ରେଳ କର୍ମଚାରୀଙ୍କୁ ପଚରାଉଚରା କରିଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସିବିଆଇ ଟିମ ଗତ 6 ତାରିଖରେ ଦୁର୍ଘଟଣାସ୍ଥଳରେ ଅନୁଧ୍ୟାନ କରିବା ପରେ ବାହାନଗା ଷ୍ଟେସନରେ ତଦନ୍ତ କରିଥିଲା । ପରେ ବାହାନଗା ଷ୍ଟେସନର ରିଲେ ରୁମ ସିଜ କରିଥିଲା ସିବିଆଇ ଟିମ । ଯାହାଦ୍ବାରା ବାହାନଗା ଷ୍ଟେସନରେ କୌଣସି ଗାଡ଼ି ନ ରହିବା ଓ ଯାତ୍ରୀମାନେ ଏହି ଷ୍ଟେସନରୁ ନ ଚଢିବା ପାଇଁ ନିର୍ଦ୍ଦେଶ ହୋଇଥିଲା ।

ଏହା ବି ପଢନ୍ତୁ- ବାଲେଶ୍ବର ଟ୍ରେନ ଦୁର୍ଘଟଣା CRS ରିପୋର୍ଟ, ସିଗନାଲିଂ ତ୍ରୁଟି କାରଣ

ଏହି ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଦୁର୍ଘଟଣାର କାରଣ ଖୋଜିବା ପାଇଁ ସିବିଆଇ ଟିମ 5 ଜଣଙ୍କୁ ତଦନ୍ତ ପରିସରକୁ ନେଇ ପଚରାଉଚରା କରିଥିଲା । 5 ଜଣ ମଧ୍ୟରୁ 2ଜଣଙ୍କୁ ଛାଡି ଦେଇଥିବା ବେଳେ ଷ୍ଟେସନ ମାଷ୍ଟର, ଟେକ୍ନିସିଆନ ଓ ସିଗ୍ନାଲ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା । ସିବିଆଇ ଟିମ 3 କର୍ମଚାରୀଙ୍କୁ ପଚରାଉଚରା କରିବା ସହ ଦୁର୍ଘଟଣା ଦିନ ଦାୟିତ୍ବରେ ଥିବା ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିଲା । ସେପଟେ ଦୁର୍ଘଟଣାର ମୁଖ୍ୟ କାରଣ ସିଗନାଲ ସିଷ୍ଟମରେ ଅତ୍ୟଧିକ ତ୍ରୁଟି ବୋଲି ସିଆରଏସ ରିପୋର୍ଟରେ ଦର୍ଶାଯାଇଥିଲା । ହେଲେ ଏହି ରିପୋର୍ଟରେ ତଥ୍ୟ ଲୁଚାଯାଉଥିବା ବିରୋଧୀ ଅଭିଯୋଗ କରିଥଲେ । ଘଟଣାକୁ ମାସେ ବିତିଥିବା ବେଳେ ଅନେକ ଯାତ୍ରୀ ଏବେ ବି ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ବର ଏମ୍ସରେ ଏବେ ବି ଚିହ୍ନଟ ହୋଇପାରୁନଥିବା ମୃତଦେହ ପଡ଼ି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 7, 2023, 10:58 PM IST

ABOUT THE AUTHOR

...view details