ବାଲେଶ୍ଵର: ଅଟଳ ସ୍ମୃତି କମିଟି ପକ୍ଷରୁ ନାଗରିକ ଆଇନ ସପକ୍ଷରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସହରର ମାଣିଖମ୍ବ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଶେଷରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଇନ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ନୂଆ ଆଇନରେ କୌଣସି ଭାରତୀୟଙ୍କୁ ଅସୁବିଧା ହେବ ନାହିଁ ବରଂ କେବଳ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଆଇନ ହୋଇଛି । ବିରୋଧୀମାନେ ଯେଉଁ ପ୍ରଚାର କରୁଛନ୍ତି ତାହା ଅନାବଶ୍ୟକ ବୋଲି କୁହାଯାଇଥିଲା।