ବାଲେଶ୍ବର : ଜିଲ୍ଲାର ଆରଟିଓ କାର୍ଯ୍ୟାଳୟ ପରିସରରେ ବସ ମାଲିକମାନେ ହୋ ହାଲ୍ଲା କରିଛନ୍ତି । ଜିଲ୍ଲାରେ ଚଳାଚଳ କରୁଥିବା ବସ ଗୁଡ଼ିକରୁ ବିଭିନ୍ନ ଆଳ ଦେଖାଇ ବାଲେଶ୍ଵର ଆରଟିଓ ଅର୍ଥ ଓ ଜୋରିମାନା ଆଦାୟ କରୁଥିବା ଅଭିଯୋଗ କରିଛି ବସ ମାଲିକ ସଂଘ । ଏନେଇ ବସ ମାଲିକ ସଂଘ ପକ୍ଷରୁ ଦୀର୍ଘ ସମୟ ଧରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ଗେଟ୍ ବନ୍ଦ କରାଯାଇଥିଲା ।
ଆରଟିଓ ଅଫିସ ଘେରିଲା ବସ ମାଲିକ ସଂଘ - ଆରଟିଓ ଅଫିସ ଘେରିଲା ବସ ମାଲିକ ସଂଘ
ବାଲେଶ୍ବର ଜିଲ୍ଲାର ଆରଟିଓ କାର୍ଯ୍ୟାଳୟ ପରିସରରେ ବସ ମାଲିକ ସଂଘର ହୋ ହାଲ୍ଲା । ଜିଲ୍ଲାରେ ଚଳାଚଳ କରୁଥିବା ବସ ଗୁଡ଼ିକରୁ ବିଭିନ୍ନ ଆଳ ଦେଖାଇ ବାଲେଶ୍ଵର ଆରଟିଓ ଅର୍ଥ ଓ ଜୋରିମାନା ଆଦାୟ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ
ଫିଟନେସ ନାମରେ ବ୍ୟାପକ ଲୁଟ କରାଯାଉଛି ବିନା ଲାଞ୍ଚରେ କୌଣସି କାମ ହେଉନଥିବା ଅଭିଯୋଗ କରିଛି ସଂଘ । ଏହାସହ ଅଡିଟ ସରିଥିବା ଫାଇଲକୁ ରିଓପନ କରି ମନଇଚ୍ଛା ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ କରି ଆରଟିଓଙ୍କ ବଦଳି ଦାବି କରାଯାଇଛି । ଅନ୍ୟପଟେ ଲୋକଙ୍କ ଅଭିଯୋଗ କ୍ରମେ ବସରେ ଅଧିକ ଭଡା ନିଆଯିବା, ଯାତ୍ରୀଙ୍କୁ ଭଡ଼ା ବାବଦରେ ନୋଟିସ ନ ମାରିବା, ଟିକଟ ନଦେବା ଭଳି ଅଭିଯୋଗ ହୋଇଥିଲା। ଉପରିସ୍ଥ ଅଫିସରୁ ନିର୍ଦ୍ଦେଶ କ୍ରମେ ବସରେ ଚେକିଂ ଚାଲିଛି । ଏହା ବ୍ୟତୀତ କୌଣସି ପ୍ରକାର ବେଆଇନ ଅର୍ଥ ଆଦାୟ ହେଉନାହିଁ ବୋଲି ଆରଟିଓ କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ