ବାଲେଶ୍ବର: ଭାରସାମ୍ୟ ହରାଇ ଧାନବିଲକୁ ଓଲଟିଲା ବସ । ବାଲେଶ୍ବର ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ସେପଟେ ବସରେ ଥିବା ମୋଟ 20 ଯାତ୍ରୀଙ୍କ ମଧ୍ୟରୁ 5 ଜଣ ଆହତ ହୋଇଥିବା ସୂଚନା ମିଳିଛି । ବସଟି କସାଫଳରୁ ବାଲେଶ୍ବର ଆସିବା ବାଟରେ ଡିଗିରିବାହୀ ଠାରେ ଘଟିଛି ଦୁର୍ଘଟଣା ।
ଧାନବିଲକୁ ଓଲଟିଲା ବସ, 5 ଆହତ - ଧାନବିଲକୁ ଓଲଟିଲା ବସ
ଭାରସାମ୍ୟ ହରାଇ ଧାନବିଲକୁ ଓଲଟିଲା ବସ । ବାଲେଶ୍ବର ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା । ସେପଟେ ବସରେ ଥିବା ମୋଟ 20 ଯାତ୍ରୀଙ୍କ ମଧ୍ୟରୁ 5 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...
![ଧାନବିଲକୁ ଓଲଟିଲା ବସ, 5 ଆହତ ଧାନବିଲକୁ ଓଲଟିଲା ବସ, 5 ଆହତ](https://etvbharatimages.akamaized.net/etvbharat/prod-images/768-512-9168119-thumbnail-3x2-aaaa.jpeg)
ଧାନବିଲକୁ ଓଲଟିଲା ବସ, 5 ଆହତ
ସୂଚନା ଅନୁଯାୟୀ ବସରେ ଜଣେ ଗର୍ଭବତୀ ମହିଳା ଥିଲେ । ବସ ଓଲଟିବା ପରେ ସେ ଆହତ ହୋଇଥିବା ଜଣାପଡିଛି । ସେପଟେ ସମସ୍ତ ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଭାରସାମ୍ୟ ହରାଇ ଓଲଟି ପଡିଥିବା ବସକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ