ବାଲେଶ୍ବର: ବ୍ରାଉନସୁଗାର ଜବତ । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ବରପୁର ଅଞ୍ଚଳରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବାସହ ଜଣକୁ ଗିରଫ କରିଛି ।
25 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - ଜଳେଶ୍ବରରେ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଜଳେଶ୍ବର ଥାନା ଅନ୍ତର୍ଗତ ଝାଡେଶ୍ବରପୁର ଅଞ୍ଚଳରେ ପୋଲିସ ଚଢାଉ କରି ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 25 ଲକ୍ଷ ଟଙ୍କା ହେବ । ଅଧିକ ପଢନ୍ତୁ...
![25 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ brown suger seize in jaleswar one arrested](https://etvbharatimages.akamaized.net/etvbharat/prod-images/768-512-6328920-thumbnail-3x2-brownsuger.jpg)
ଜଳେଶ୍ବରରେ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଜଳେଶ୍ବରରେ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଜଳେଶ୍ବର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଭୋର ସମୟରେ ଝାଡେଶ୍ବରପୁରରେ ଚଢାଉ କରିଥିଲା । ଚଢ଼ାଉ ବେଳେ ପୋଲିସ 250 ଗ୍ରାମରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ ସହ ସେକ ଜାଇରୁଦ୍ଦିନ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଜବତବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 25 ଲକ୍ଷ ଟଙ୍କା ହେବ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ