ଓଡିଶା

odisha

ETV Bharat / state

ବାଲେଶ୍ବର ଜେଲ ବାରାକରୁ ବ୍ରାଉନସୁଗାର ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ - ବାଲେଶ୍ବରରୁ ବ୍ରାଉନ ସୁଗାର ଜବତ

ବାଲେଶ୍ବର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଞ୍ଚଳରେ ଜଣେ ବାଂଲାଦେଶୀ ସଜା କାଟୁଥିବା ଯୁବକ ନିକଟରୁ ବ୍ରାଉନସୁଗାର ଜବତ କରିଥିଲା ପୋଲିସ। ଅଧିକ ପଢ଼ନ୍ତୁ...

Brown sugar seized from Balasore jail barrack
ବାଲେଶ୍ବର ଜେଲ ବାରାକରୁ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ

By

Published : Dec 14, 2020, 10:25 PM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଞ୍ଚଳରେ ଜଣେ ବାଂଲାଦେଶୀ ସଜା କାଟୁଥିବା ଯୁବକ ନିକଟରୁ ବ୍ରାଉନସୁଗାର ଜବତ କରିଥିଲା ପୋଲିସ। ଆଜି(ସୋମବାର) ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଗତକାଲି(ରବିବାର) ଗିରଫ ଅଭିଯୁକ୍ତ ମହମ୍ମଦ ବାବୁ ଖାନ ନିକଟରୁ ବ୍ରାଉନ ସୁଗାର ସହ ନଗଦ ଟଙ୍କା ଜବତ କିରଥିଲା ସହଦେଵଖୁଣ୍ଟା ଥାନା ପୋଲିସ ।

ବାଲେଶ୍ବର ଜେଲ ବାରାକରୁ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ

ଗିରଫ ଅଭିଯୁକ୍ତ ଚୌଦ୍ଵାର ଜେଲରୁ ମୁକ୍ତ ହେବା ପରେ ବାଲେଶ୍ଵର ଜେଲ ବାରାକ୍ ରେ ରହୁଥିଲା। ସେଠାରେ ସେ ଖୁଚୁରା ବ୍ରାଉନସୁଗାର ବ୍ୟବସାୟୀ ଭାବରେ କାମ କରୁଥିଲା। ଗତ ରବିବାର ବିଳମ୍ବିତ ରାତିର କୌଣସି ସୂତ୍ରରୁ ଖବର ପାଇ ବାଲେଶ୍ବର ଜେଲ ବ୍ୟାରେକରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ମହମ୍ମଦ ବାବୁ ଖାନକୁ ଗିରଫ କରିବା ସହ ତା ନିକଟରୁ ୪୪.୫ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ପୋଲିସ । ଜବତ ବ୍ରାଉନସୁଗାରର ମୂଲ୍ୟ ୪ ଲକ୍ଷ୍ୟ ୪୫ ହାଜର ଟଙ୍କା ବୋଲି ଜଣାପଡିଛି। ଏହାସହ ଅଭିଯୁକ୍ତ ନିକଟରୁ ନଗଦ ୨୪ ହଜାର ୧୦ ଟଙ୍କା ଜବତ କରିଛି ପୋଲିସ ।

ଚୌଦ୍ବାର ଜେଲରେ ସଜା କାଟିବା ପରେ ବାଲେଶ୍ବର ଜେଲ ବ୍ୟାରେକରେ ରହୁଥିଲା । ବ୍ୟାରେକ ଭିତରେ ରହୁଥିବାରୁ ତା ସ୍ବାଧୀନତା ଉପରେ ଅଧିକ ହସ୍ତକ୍ଷେପ କରାଯାଉ ନଥିଲା। ଅନ୍ୟପଟେ ବାବୁ କହିଛି ଯେ, ସଜା କାଟିବା ପରେ ସେ ନିଜ ଘରକୁ ଫେରିବାକୁ ଚାହୁଁଥିଲା । ସେ କୌଣସି ବ୍ରାଉନସୁଗାର ବେପାରରେ ସମ୍ପୃକ୍ତ ନାହିଁ। ଜେଲ ଭିତରେ କାମ କରି ମଜୁରୀ ଟଙ୍କା ରଖିଥିଲା। ତେବେ ବ୍ୟାରେକ ଭିତରେ ଜଣେ ହାବିଲଦାର ଓ 4 ଜଣ କନେଷ୍ଟବଳ ଜଗି ରହିଥିବା ବେଳେ ବ୍ରାଉନସୁଗାର କାରବାର କିଭଳି ଚାଲୁଥିଲା ସେନେଇ ପ୍ରଶ୍ନ ଉଠିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details