ଓଡିଶା

odisha

ETV Bharat / state

ବାଂଲାଦେଶର ବ୍ରାଉନ ସୁଗାର ବାଲେଶ୍ବରରୁ ଜବତ, 4 ଗିରଫ

ବାଲେଶ୍ବରରୁ 1କେଜି 655 ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ଏନେଇ ବାଲେଶ୍ୱର ଏସପି ବି ଯୁଗଳ କିଶୋର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି । ସହଦେଵଖୁଣ୍ଟା ପୋଲିସ 4 ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jun 18, 2019, 9:28 PM IST

ବାଲେଶ୍ୱର: ମଙ୍ଗଳବାର ଭୋର ସମୟରେ ସହଦେଵଖୁଣ୍ଟା ପୋଲିସ 1କେଜି 655 ଗ୍ରାମର ବ୍ରାଉନ ସୁଗାର ସହ ଏକ କାର ଓ 4 ଜଣ ଅଭିଯୁକ୍ତଙ୍କୁ ଧରିଛି । ଏନେଇ ବାଲେଶ୍ୱର ଏସପି ବି ଯୁଗଳ କିଶୋର କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଘଟଣା ସମ୍ପର୍କରେ ସୁଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗିରଫ ଅଭିଯୁକ୍ତମାନେ ଶେଖ ମକସଦ, ଶେଖ ରାଜୁ, ଶେଖ ଆବୁସାନ, ଶେଖ ଜାମସେଦ ଅଲ୍ଲୀ ହୋଇଥିବା ବେଳ ଏମାନେ ଦିନରେ ମାଛ ବ୍ୟବସାୟ କରୁଥିବା ସହ ରାତିରେ ବ୍ରାଉନ ସୁଗାର ବେପାର କରନ୍ତି ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅଭିଯୁକ୍ତମାନେ ବାଂଲାଦେଶ, ପଶ୍ଚିମବଙ୍ଗ ଆଦି ସ୍ଥାନରୁ ବ୍ରାଉନ ସୁଗାର ଆଣି ଓଡ଼ିଶାରେ ବେପାର କରୁଥିଲେ ।

ବାଲେଶ୍ୱରରୁ ଜଳେଶ୍ୱରକୁ ଏକ କାର ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ବେପାରୀଙ୍କୁ ସହଦେଵଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଏକ ଟିମ ଗଠନ କରି ଫୁଲାଡି ଛକ ଦହପଡ଼ା ଠାରେ କାବୁ କରିଛନ୍ତି । ବେପାରରେ ବ୍ୟବହୃତ କାର, 5ଟି ମୋବାଇଲ ଓ 65 ହଜାର ଟଙ୍କା ପୋଲିସ ଜବତ କରିଛି ।

ବେପାର ପଛରେ ଆଉ କିଏକିଏ ଅଛନ୍ତି ସେ ବିଷୟରେ ପୋଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବୋଲି ଏସପି ବି ଯୁଗଳ କିଶୋର କୁମାର ସୂଚନା ଦେଇଛନ୍ତି । ତେବେ ମାଛ ଭିତରେ ବ୍ରାଉନ ସୁଗାର ବେପାର ଚାଲିଥିବା ପୋଲିସ ସନ୍ଦେହ କରୁଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details