ଓଡିଶା

odisha

ETV Bharat / state

30ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ବେପାରୀ ଗିରଫ - ଜଳେଶ୍ବର ଥାନା ଅଧୀନ ରାଜପୁର ଗ୍ରାମର ଶେଖ ରଫିବୁଲ

ଜିଲ୍ଲାରେ ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୋଲିସର ଚଢାଉ ସତ୍ତ୍ବେ ବେଧଡକ ବେପାରୀ । ଶନିବାର 3ଶହ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଶେଖ ରଫିବୁଲକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 28, 2019, 8:08 PM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଏବେ ପାଲଟିଛି ବ୍ରାଉନସୁଗାର ବେପାରୀଙ୍କ ଗନ୍ତା ଘର । ଗତ କିଛିଦିନ ତଳେ କୁଖ୍ୟାତ ବ୍ରାଉନସୁଗାର ମାଫିଆ ରାଜା ଧରାପଡିବାର କିଛିଦିନ ନପୁରୁଣୁ ଆଜି ପୁଣି ଜଣେ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଘଟଣା ଅନୁସାରେ ଜଳେଶ୍ବର ଥାନା ଅଧୀନ ରାଜପୁର ଗ୍ରାମର ଶେଖ ରଫିବୁଲ କୋଲକାତାରୁ 3ଶହ ଗ୍ରାମ ବ୍ରାଉନସୁଗାର ନେଇ ଜଳେଶ୍ବର ଆସୁଥିଲା । କୌଣସି ସୂତ୍ରରୁ ଖବର ପାଇ ରେଳବାଇ ପୋଲିସ ଯାଞ୍ଚ କରିବାରୁ 3ଶହ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଗିରଫ କରିଛି ଶେଖ ରଫିବୁଲକୁ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 30 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।


ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details