ଓଡିଶା

odisha

ETV Bharat / state

ରକ୍ତାଭାବ ଦୂର କରିବ ବାଲେଶ୍ଵର ଯୁବ ବିଜେଡି - କୋରୋନା ମହାମାରୀବିଜେଡି

ବାଲେଶ୍ବରରେ ସଫଳ ହୋଇଛି ରକ୍ତଦାନ ଶିବିର । 3 ମାସ ଭିତରେ 3 ହଜାରରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ । ଅଧିକ ପଢନ୍ତୁ...

ରକ୍ତ ଅଭାବ ଦୂର କରିବ ବାଲେଶ୍ଵର ଯୁବ ବିଜେଡି
ରକ୍ତ ଅଭାବ ଦୂର କରିବ ବାଲେଶ୍ଵର ଯୁବ ବିଜେଡି

By

Published : Jun 24, 2021, 11:20 AM IST

ବାଲେଶ୍ବର:କୋରୋନା ମହାମାରୀ ସମୟରେ ରକ୍ତର ଅଭାବରୁ କାହାରବି ମୃତ୍ୟୁ ହେବନାହିଁ । ଏନେଇ ବିଜେଡି ତରଫରୁ ଆରମ୍ଭ ହୋଇଥିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ପ୍ରତ୍ୟେକ ଜିଲ୍ଲାରେ ଏନେଇ ବିଡେଡି ତରଫରୁ ରକ୍ତ ଦାନ ଶିବିର କରାଯାଇ ରକ୍ତ ସଂଗ୍ରହ କରାଯାଉଛି । ସେହିପରି ବାଲେଶ୍ଵର ଯୁବ ବିଜେଡି ପକ୍ଷରୁ ଏକ ଅଭିଯାନ ଆରମ୍ଭ ହୋଇଥିଲା। ଯେଉଁଥିରେ 3 ମାସ ଭିତରେ 3 ହଜାରରୁ ଉର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ଏନେଇ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଯୁବ ବିଜେଡି ସଭାପତି ତାପସ ପରିଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ମାର୍ଚ୍ଚ ୫ ରୁ ବାଲେଶ୍ବର ଯୁବ ବିଜେଡି ତରଫରୁ ରୁ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା । ସର୍ବମୋଟ ୩୦ ଟି ଶିବିର କରାଯାଇ 3 ମାସ ଭିତରେ 3109 ୟୁନିଟ ରକ୍ତ ସଂଗୃହୀତ ହୋଇଛି। କୋଭିଡ ମହାମାରୀ ଏବଂ ଟୀକାକରଣ ସମୟରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ବାନ କୁ ଆଗାମି ଦିନରେ ଆହୁରି ତ୍ବରାନ୍ବିତ କରାଯିବ ବୋଲି ଶ୍ରୀ ପରିଡା କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details