ଓଡିଶା

odisha

By

Published : Nov 18, 2022, 9:23 PM IST

ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ଛାତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀଙ୍କୁ ଭେଟି । ମାହେଶ୍ବରୀ ସଂସ୍କୃତ ବିଦ୍ୟାଳୟର ଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବିକଳ ଛବି ଆଙ୍କି ଦେଲେ ଭେଟି । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ଛାତ୍ରୀ
ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ଛାତ୍ରୀ

ବାଲେଶ୍ବର: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆଯୋଜିତ ହେଉଛି ସୁରଭି କାର୍ଯ୍ୟକ୍ରମ । ଗ୍ରାମାଞ୍ଚଳରେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାକୁ ସର୍ବସମ୍ମୁଖରେ ପ୍ରକାଶ କରିବା ହେଉଛି ସୁରଭି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ଛାତ୍ରୀ

ସୂଚନା ଅନୁଯାୟୀ, ସୁରଭି କାର୍ଯ୍ୟକ୍ରମରେ ବକୃତା, ଚିତ୍ରାଙ୍କନ, ହସ୍ତାକ୍ଷର, ନାଚ, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ବ୍ଲକ ସ୍ତରରୁ ଜିଲ୍ଲାସ୍ତରୀୟ ଏବଂ ଜିଲ୍ଲାସ୍ତରୀୟରୁ ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ମନୋନୀତ କରାଯାଇଥିଲା । ଏନେଇ ଏହି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ପଣ୍ଡୁ ଶାସନରେ ଥିବା ମାହେଶ୍ବରୀ ସଂସ୍କୃତ ବିଦ୍ୟାଳୟର ଛାତ୍ରୀ ସାଉଁଟିଛନ୍ତି ପ୍ରଶଂସା । ଛାତ୍ରୀ ଜ୍ୟୋତି ଦାସ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ଚିତ୍ରାଙ୍କନରେ ମନୋନୀତ ହୋଇ ଯାଇଥିଲେ ଭୁବନେଶ୍ବର । ମାତ୍ର ସେଠାରେ ସେ କୃତିତ୍ବ ହାସଲ କରି ପାରି ନଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଚିତ୍ର ଆଙ୍କି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେଲେ ଛାତ୍ରୀ

କିନ୍ତୁ ସେଠାରେ ବସିବସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବିକଳ ଛବି ନିଜ ହାତରେ ଆଙ୍କି ତାଙ୍କୁ ଅର୍ପଣ କରିବାକୁ ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବା ପାଇଁ ପ୍ରଶାସନ ତାଙ୍କ ପାଇଁ ବାଧକ ସାଜିଥିଲା । ତେଣୁ ଜ୍ୟୋତି ଦାସ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନ ପାରି ସେଠାରେ ଛିଡ଼ା ହୋଇ ମନ ଦୁଃଖରେ କାନ୍ଦିବାକୁ ଲାଗିଲେ । କୁନି ଛାତ୍ରୀଙ୍କ କାନ୍ଦ ଉପରେ ପ୍ରଶାସନ ନଜର ପଡ଼ିବା ପରେ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରି ଜ୍ୟୋତି ଦାସଙ୍କୁ ତାଙ୍କ ନିକଟକୁ ଯିବା ପାଇଁ ଅନୁମତି ଦେଇଥିଲେ ।

ଜ୍ୟୋତି ଖୁସିରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚି ସେ ଆଙ୍କିଥିବା ତାଙ୍କ ଚିତ୍ର ମୁଖ୍ୟମନ୍ତ୍ରୀଙ୍କ ହାତକୁ ବଢ଼ାଇ ଦେଇ ଆଶୀର୍ବାଦ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନିଜର ପ୍ରତିଛବି ଦେଖି ଖୁସି ହୋଇ ଜ୍ୟୋତିକୁ ଧନ୍ୟବାଦ ଜଣାଇଥିଲେ । ଏନେଇ ବିଦ୍ୟାଳୟରେ ଜ୍ୟୋତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details