ଓଡିଶା

odisha

ETV Bharat / state

କାମକଲାନି ମନ୍ତ୍ରୀଙ୍କ ରଣକୌଶଳ - ବାଲେଶ୍ଵର ବ୍ଲକର ଅଧ୍ୟକ୍ଷ ନିର୍ବାଚନ

ବାଲେଶ୍ଵର ଜିଲ୍ଲାର 12ଟି ବ୍ଲକର ଅଧ୍ୟକ୍ଷ ପଦ ପାଇଁ ଆଜି (ଶନିବାର) ନିର୍ବାଚନ ହୋଇଥିବା ବେଳେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଦୁଇଟି ଯାକ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇଛି ବିଜେପି ସମର୍ଥିତ ପ୍ରାର୍ଥୀ । ଯେଉଁଠି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସବୁ ରଣ କୌଶଳ ଫେଲ ମାରିଛି । ଅଧିକ ପଢନ୍ତୁ

କାମ କଲାନି ମନ୍ତ୍ରୀଙ୍କ ରଣକୌଶଳ
କାମ କଲାନି ମନ୍ତ୍ରୀଙ୍କ ରଣକୌଶଳ

By

Published : Mar 12, 2022, 8:05 PM IST

ବାଲେଶ୍ଵର: ଜିଲ୍ଲାର 12ଟି ବ୍ଲକର ଅଧ୍ୟକ୍ଷ ପଦ ପାଇଁ ଆଜି (ଶନିବାର) ନିର୍ବାଚନ ହୋଇଥିବା ବେଳେ ସିମୁଳିଆ ନିର୍ବାଚନ ମଣ୍ଡଳୀର ଦୁଇଟି ଯାକ ବ୍ଲକ ଅଧ୍ୟକ୍ଷ ପଦବୀ ହାତେଇଛନ୍ତି ବିଜେପି ସମର୍ଥିତ ପ୍ରାର୍ଥୀ । ଯେଉଁଠି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସବୁ ରଣ କୌଶଳ ଫେଲ ମାରିଛି । ତାଙ୍କ ସମର୍ଥନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କୁ ପରାଜୟ ବରଣ କରିବାକୁ ପଡିଛି । ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସେତେଟା ଭଲ ଫଳାଫଳ ଦେଖିବାକୁ ମିଳିନଥିଲା ।

ସିମୁଳିଆ ବ୍ଲକରେ ଉଭୟ ବିଜେଡି ଓ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ଭୋଟ ସମାନ ହୋଇଯିବାରୁ ଶେଷରେ କାଗଜ ଗୋଳା ପଡିଥିଲା ଓ ଅଧ୍ୟକ୍ଷ ପଦ ବିଜେପି ସମର୍ଥିତ ପ୍ରାର୍ଥୀ ହାତେଇଛନ୍ତି । ପ୍ରାର୍ଥୀ ବାବାଜୀ ମଲ୍ଲିକ ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଖଇରା ବ୍ଲକରେ ବିଜେପି ସମର୍ଥିତ ପ୍ରାର୍ଥୀ 20 ଭୋଟ ହାତେଇଥିବା ବେଳେ ବିଜେଡି ସମର୍ଥନରେ 17ଟି ପଡିଥିଲା । ତେଣୁ, ପ୍ରାର୍ଥୀ ପରାସ୍ତ ହୋଇଛନ୍ତି ।

ନୂତନ ବ୍ଲକ ଅଧ୍ୟକ୍ଷ ଭାବେ ଅଭିଲିପ୍ସା ସାହୁ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଅଭିଲିପ୍ସା ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷ ଥିବା ବେଳେ ଏଥର ଦଳ ଉପରେ ଅସନ୍ତୋଷ ପ୍ରକାଶ କରି ସ୍ୱାଧୀନ ଭାବେ ସମିତିସଭ୍ୟ ଜିତିଥିଲେ । ପରେ ସେ ବିଜେପିରେ ବିଧିବଦ୍ଧ ଭାବେ ମିଶିଥିଲେ । ତେବେ ଖଇରା ଓ ସିମୁଳିଆ ଦୁଇଟି ଯାକ ବ୍ଲକରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱ କାମ କରିନଥିବା ଦେଖିବାକୁ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details