ବାଲେଶ୍ବର:କୁରୁଡା ହାଟ ପଡ଼ିଆଠାରେ ବିଜେପି କୃଷକ ସଙ୍ଗଠନକୁ ନେଇ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଛି । ବିଜେପିର ପାଞ୍ଚଟି ସାଂଗଠନିକ ଜିଲ୍ଲା ବାଲେଶ୍ବର, ବାରିପଦା, ରାଇରଙ୍ଗପୁର, କେନ୍ଦୁଝର ଓ ଭଦ୍ରକର କୃଷକ ସଙ୍ଗଠନକୁ ନେଇ ଏହି କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ କୃଷକ ଓ ବିଜେପି କୃଷକ ମୋର୍ଚ୍ଚାର ଜିଲ୍ଲା ଠାରୁ ରାଷ୍ଟ୍ରୀୟ ନେତାମାନେ ଯୋଗ ଦେଇଥିଲେ ।
ନୂତନ କୃଷି ବିଲ ସପକ୍ଷରେ ବିଜେପିର ବିଶାଳ କୃଷକ ସମାବେଶ - ବିଜେପିର ବିଶାଳ କୃଷକ ସମାବେଶ
ବାଲେଶ୍ଵର କୁରୁଡା ହାଟ ପଡ଼ିଆଠାରେ ବିଜେପିର ପାଞ୍ଚଟି ସାଂଗଠନିକ ଜିଲ୍ଲା ବାଲେଶ୍ବର, ବାରିପଦା, ରାଇରଙ୍ଗପୁର, କେନ୍ଦୁଝର ଓ ଭଦ୍ରକର କୃଷକ ସଙ୍ଗଠନକୁ ନେଇ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...
ଗୋଟେ ପଟେ ଦିଲ୍ଲୀରେ କୃଷକମାନେ ନୂତନ କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରିଥିବାବେଳେ ବିଜେପି ଦେଶବାସୀଙ୍କ ଉଦ୍ଦେଶ୍ୟରେ କୃଷକ ସମାବେଶ ଆୟୋଜନ କରି ଚାଷୀଙ୍କୁ ନୂତନ କୃଷି ବିଲ ସମ୍ପର୍କରେ ଅବଗତ କରାଇବାକୁ ଚେଷ୍ଟା କରିଛି ।
ପ୍ରକୃତରେ ଚାଷୀମାନେ ଏହି କୃଷି ବିଲ ଦ୍ୱାରା ଲାଭାନ୍ବିତ ହେବେ ନିଜ ଅମଳ ଶସ୍ୟର ଉପଯୁକ୍ତ ମୂଲ୍ୟ ପାଇ ପାରିବେ ବୋଲି ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି । ନୂତନ କୃଷି ବିଲ ସପକ୍ଷରେ ସମାବେଶରେ ଯୋଗଦେଇଥିବା ଚାଷୀମାନେ କହିଛନ୍ତି ଯେ, ଅମଳ ଧାନ ସେମାନେ ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି କରିବାର ସୁଯୋଗ ପାଇବେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ