ବାଲେଶ୍ବର:ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବସି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଚିକେନ୍ ଖାଇବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବାଲେଶ୍ୱରରେ ରାଜନୈତିକ ଆକ୍ଷେପ ଦେଖିବାକୁ ମିଳିଛି ।
ସିମୁଳିଆର ପୂର୍ବତନ ବିଧାୟକ, ମନ୍ତ୍ରୀ ତଥା କଂଗ୍ରେସ ଛାଡି ବିଜେପିରେ ମିଶିଥିବା ପଦ୍ମଲୋଚନ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଯଦି ଜଣେ ସରକାରୀ କର୍ମଚାରୀ ସ୍କୁଲ ପରିଦର୍ଶନରେ ଯାଇ ପିଲାଙ୍କ ସହ ବସି ଖାଇବା ପରେ ନିଲମ୍ବିତ ହେଲେ ତେବେ ମନ୍ତ୍ରୀ ପିଲାଙ୍କ ସହ ବସି ଚିକେନ୍ ଖାଇବା ପରେ କାହିଁକି ଇସ୍ତଫା ଦେଉ ନାହାନ୍ତି ବୋଲି ପଦ୍ମଲୋଚନ ପ୍ରଶ୍ନ କରିଛନ୍ତି ।