ଓଡିଶା

odisha

ETV Bharat / state

5 ଦଫା ଦାବି ନେଇ ମ୍ୟୁନିସିପାଲଟି ଆଗରେ ବିଜେପିର ଗଣଧାରଣା - five-point demand

ବାଲେଶ୍ବର ପୌରପାଳିକାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ବ୍ୟାପକ ଅନିୟମିତତା ବାବଦରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ଉପ ସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ବାଲେଶ୍ବର ମ୍ୟୁନିସିପାଲଟି ସମ୍ମୁଖରେ ବିଜେପିର ଗଣଧାରଣା । ଅଧିକ ପଢନ୍ତୁ...

5 ଦଫା ଦାବି ନେଇ ମୁନିସିପାଲିଟି ଆଗରେ ବିଜେପିର ଗଣଧାରଣା
5 ଦଫା ଦାବି ନେଇ ମୁନିସିପାଲିଟି ଆଗରେ ବିଜେପିର ଗଣଧାରଣା

By

Published : Aug 19, 2021, 1:48 PM IST

ବାଲେଶ୍ବର: ମ୍ୟୁନିସିପାଲଟି ଆଗରେ ଧାରଣା ଦେଲା ବିଜେପି । ବାଲେଶ୍ବର ପୌରପାଳିକାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଓ ବ୍ୟାପକ ଅନିୟମିତତା ବାବଦରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ଉପ ସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି, ବାଲେଶ୍ବର ମ୍ୟୁନିସିପାଲଟି ସମ୍ମୁଖରେ ଗଣଧାରଣା ଦେଇଛି।

5 ଦଫା ଦାବି ନେଇ ମୁନିସିପାଲିଟି ଆଗରେ ବିଜେପିର ଗଣଧାରଣା

ତେବେ ସହରରେ ଜଳ ନିଷ୍କାସନ, ରାସ୍ତାଘାଟ, ପିଇବା ପାଣି, ସଫେଇ ଆଦି ମୌଳିକ ବିଷୟକୁ ନେଇ ବ୍ୟାପକ ସମସ୍ୟା ଉପୁଜିଛି । ଜବରଖଲ ଓ ମରାମତି ଅଭାବରୁ ଇଂରେଜ ଅମଳରୁ ଥିବା ୪ଟି ମହାନାଳର ଚିହ୍ନବର୍ଣ୍ଣ ଏବେ ମିଳୁନାହିଁ । ସହରର ଚାରିଆଡେ କୁଢକୁଢ ଅଳିଆ। ସହରର ସମସ୍ତ ଡ୍ରେନ ପ୍ରାୟତଃ ୬୦ ରୁ ୭୦ ପ୍ରତିଶତ ଅଳିଆ ଆବର୍ଜନାରେ ପୋତି ହୋଇଯାଇଥିବା ବେଳେ ସଫେଇ ପାଇଁ କେନ୍ଦ୍ରରୁ ଆସୁଥିବା କୋଟି କୋଟି ଟଙ୍କା, ଠିକାସଂସ୍ଥା ଓ ପ୍ରଶାସନିକ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି।

ସେହିପରି ଅମୃତ ଯୋଜନାରେ ଘରେ ଘରେ ସ୍ବଚ୍ଛ ପାନୀୟ ଜଳ ପରିବର୍ତ୍ତେ ମିଳୁଛି ଗୋଳିଆ ପାଣି । ଯାହା ସହରର ସାଧାରଣ ଜନତାଙ୍କର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପଦକୁ ଠେଲିଦେଇଛି । ଏହିଭଳି ୫ଟି ଦାବି ଯୁଦ୍ଧକାଳୀନ ଭିତ୍ତିରେ ସମାଧାନ ପାଇଁ ପ୍ରଶାସନ ପାଖରେ ଦାବି କରିଛି ବିଜେପି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details