ବାଲେଶ୍ବର:ଘୋଷଣା ସମୟ ମଧ୍ୟରେ ମଣ୍ଡି ନ ଖୋଲାଯିବାକୁ ନେଇ ତେଜିଲା ବିରୋଧ । ବାଲେଶ୍ବରରେକୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଏନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଯଥାଶୀଘ୍ର ମଣ୍ଡି ନ ଖୋଲିଲେ ଆସନ୍ତା 29 ତାରିଖରେ କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟସାରା ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଲେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ।
'କୃଷକ ମାନଙ୍କ ସମସ୍ୟା ପ୍ରତି ଆଦୌ ଯତ୍ନବାନ ନୁହଁନ୍ତି ରାଜ୍ୟ ସରକାର । ବର୍ଷର ଅମଳ କରିଥିବା ଧାନ ବିକ୍ରି ପାଇଁ ରାଜ୍ୟ ସରକାର ମଣ୍ଡି ଖୋଲିବାରେ ବିଫଳ ହେଉଥିବାରୁ କୃଷକମାନଙ୍କ ସମସ୍ୟା ଦ୍ବିଗୁଣିତ ହେଉଛି । ଅମଳ ଧାନ ମଣ୍ଡି ଆଗରେ ଗଦା ମରା ହୋଇଥିବା ବେଳେ ସେସବୁ ବିକ୍ରି କରିବାର ଉପଯୁକ୍ତ ସୁଯୋଗ ପାଉନାହାନ୍ତି କୃଷକ ।' ଜିଲ୍ଲାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମଣ୍ଡି ନ ଖୋଲାଯିବାରୁ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ।
ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ କହିଛନ୍ତି,' ରାଜ୍ୟ ସରକାର ସେପ୍ଟେମ୍ବର 1 ତାରିଖ ଠାରୁ ମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଏଯାଏ ମଣ୍ଡି ଖୋଲିନାହିଁ । ଯେଉଁଥିପାଇଁ କୃଷକମାନେ ସେମାନଙ୍କ ଅମଳ ଧାନ ବାଧ୍ୟ ହୋଇ ଅତି କମ ମୂଲ୍ୟରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି ।' ରାଜ୍ୟ ସରକାରଙ୍କ କୃଷକ ମାନଙ୍କ ପ୍ରତି ଆନ୍ତରିକତା ନଥିବା କଥା କହିଛନ୍ତି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ।