ବାଲେଶ୍ବର: ପୌରପାଳିକାର ବିଭିନ୍ନ ସମସ୍ୟା ଓ ଦୁର୍ନୀତିକୁ ନେଇ ସଦର ବିଜେପିର ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ । ସହରର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ପଡି ରହିଥିବା ବେଳେ ସେସବୁ ପ୍ରତି ପୌରପାଳିକା ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ସେହିପରି ଅସରାଏ ବର୍ଷାରେ ବାଲେଶ୍ଵର ସହର ଜଳାର୍ଣ୍ଣବ ହେଉଛି ଯାହା ପ୍ରତି ଦୃଷ୍ଟି ଦିଆନଯିବା ନିନ୍ଦନୀୟ ଘଟଣା ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଗତ ଫେବୃୟାରୀ ମାସ ୨୦୨୧ ଠାରୁ ସହରର ସଫେଇ ପାଇଁ ଠିକା ନେଇଥିବା ସଂସ୍ଥାର ଅବଧି ଶେଷ ହୋଇଥିବା ବେଳେ କାହା ସ୍ୱାର୍ଥରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାସକୁ ମାସ ଏଗ୍ରିମେଣ୍ଟ କରିଚାଲିଛନ୍ତି ବୋଲି ବିଜେପି ପ୍ରଶ୍ନ କରିଛି। ଠିକ୍ ସେମିତି ଅଣ ସଫେଇ କର୍ମଚାରୀଙ୍କୁ ସଫେଇ କର୍ମଚାରୀ ଭାବେ ଦର୍ଶାଇ ଫଲସ୍ ବିଲ ଉଠାଇବା, EPF, ESIC ନାମରେ ଘୋଟାଲା, ବଡ ନାଳ ଗୁଡିକୁ ଛାଡି ଅନ୍ୟ ସମସ୍ତ ନାଳ ସଫେଇ କରିବା ପାଇଁ ଚୁକ୍ତି ହେଇଥିଲେ ମଧ୍ୟ ପୌରପାଳିକା UWEI ଯୋଜନାରେ ପୁନର୍ବାର ଉକ୍ତ ନାଳ ଗୁଡିକୁ ସଫା କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ, ଇତ୍ୟାଦି ମାଧ୍ୟମରେ ହଙ୍କା ହରିଲୁଟ ହୋଉଥିବା ବିଜେପି କହିଛି।