ଓଡିଶା

odisha

ଦିବ୍ୟାଙ୍ଗ ଯୁବକଙ୍କୁ ଗିରଫ ଘଟଣା, ନିନ୍ଦା କଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମାହୁତି ଉଦ୍ୟମ ପରେ ଯୁବକଙ୍କୁ ଜେଲ ପଠାଇବା ଘଟଣାକୁ ନିନ୍ଦାକଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ । ଅଧିକ ପଢ଼ନ୍ତୁ

By

Published : Dec 25, 2022, 10:00 AM IST

Published : Dec 25, 2022, 10:00 AM IST

ଦିବ୍ୟାଙ୍ଗ ଯୁବକଙ୍କୁ ଗିରଫ ଘଟଣାକୁ ବିଜେପିର ନିନ୍ଦା
ଦିବ୍ୟାଙ୍ଗ ଯୁବକଙ୍କୁ ଗିରଫ ଘଟଣାକୁ ବିଜେପିର ନିନ୍ଦା

ବାଲେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମାହୁତି ଉଦ୍ୟମ ଘଟଣା । ଯୁବକଙ୍କୁ ଜେଲ ପଠାଇବା ଘଟଣାକୁ ନିନ୍ଦାକଲେ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସ । ବର୍ଷ ବର୍ଷ ଧରି ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଦୌଡ଼ି ନିରାଶ ହେବା ପରେ ୨୨ ତାରିଖ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସିଥିବାବେଳେ ତାଙ୍କ ସମ୍ନାକୁ ଯାଇ ଆତ୍ମାହୁତି ଉଦ୍ୟମ କରିଥିଲେ ଦିବ୍ୟାଙ୍ଗ ଯୁବକ ମୃତ୍ୟୁଞ୍ଜୟ ଉପାଧ୍ୟାୟ ।

ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ବାଲେଶ୍ଵର ଆସିଥିବା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧିନ ଭୋଗପୁର ଶାସନ ଗାଁର ଦିବ୍ୟାଙ୍ଗ ଯୁବକ ମୃତ୍ୟୁଞ୍ଜୟ ଉପାଧ୍ୟାୟ ମୁଖ୍ୟମନ୍ତ୍ରୀଙ୍କ କାର ଆଗକୁ ନିଜର ଗୁହାରୀ ଜଣାଇବାକୁ ଚାଲି ଆସିଥିଲେ । ଏହି ଘଟଣାରେ ଯୁବକଙ୍କୁ ପୋଲିସ ଅଟକ ରଖିଥିଲା । ପରେ ମୃତ୍ୟୁଞ୍ଜୟଙ୍କୁ ଗିରଫ କରି ଜେଲ ପଠାଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଠାକୁର ରଞ୍ଜିତ । ଦିବ୍ୟାଙ୍ଗ ଯୁବକ ମୃତ୍ୟୁଞ୍ଜୟ ଏବଂ ତାଙ୍କର ବିଧବା ମାଆ ଦୀର୍ଘ ୨୨ ବର୍ଷ ହେବ ଏକ ପଲିଥିନ ଏବଂ ଚିରା ଶାଢ଼ୀ ଘେରାଯାଇଥିବା ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି ।

ମୃତ୍ୟଞ୍ଜୟଙ୍କ ବାପା ନାରାୟଣ ଉପାଧ୍ୟାୟ ଦୀର୍ଘ ୨୧ ବର୍ଷ ଆବାସ ଘରଟିଏ ପାଇଁ ପଞ୍ଚାୟତରୁ ବ୍ଲକ ଦୌଡ଼ି ଦୌଡ଼ି ଶେଷରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତବର୍ଷ ମୃତ୍ୟୁବରଣ କରିଛନ୍ତି । ପରେ ମୃତ୍ୟୁଞ୍ଜୟ ତାଙ୍କ ବିଧବା ମାଆଙ୍କୁ ନେଇ ସରପଞ୍ଚ, ବିଡ଼ିଓ, ଜନଶୁଣାଣି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆବାସ ଘରଟିଏ ପାଇଁ ଗୁହାରୀ କରିଥିଲେ । ମାତ୍ର ତାଙ୍କ ଗୁହାରୀ କେହି ଶୁଣି ନଥିଲେ। ଯାହା ଫଳରେ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଆତ୍ମାହୁତି ଦେବାକୁ ଗଣମାଧ୍ୟମରେ ପ୍ରକାଶ କରିଥିଲେ ମୃତ୍ୟୁଞ୍ଜୟ । ପରେ ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡା ଦିବ୍ୟାଙ୍ଗ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ଘରଟିଏ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶୃତିକୁ ବର୍ଷେ ପୁରିଥିଲେ ମଧ୍ୟ ଏଯାଏଁ ମୃତ୍ୟୁଞ୍ଜୟକୁ ଆବାସ ଘରଟିଏ ମିଳିନାହିଁ ।

ଫଳରେ ୨୨ ତାରିଖ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସିଥିବାବେଳେ ତାଙ୍କ ସମ୍ନାକୁ ଯାଇ ଆତ୍ମାହୁତି ଉଦ୍ୟମ ସମୟରେ ପୋଲସ ତାଙ୍କୁ ଉଠାଇନେଇ ଥାନାରେ ଅଟକ ରଖିଥିଲା । ପରେ ମୃତ୍ୟୁଞ୍ଜୟଙ୍କ ନାମରେ ମାମଲା ରୁଜୁକରି କୋର୍ଟ ପଠାଇଥିଲା । ତେବେ ସେଠାରେ ତାଙ୍କର ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details