ବାଲେଶ୍ୱର: ସରଗରମ ହେଉଛି ସୋର ନିର୍ବାଚନ ମଣ୍ଡଳୀ ରାଜନୀତି ଗତକାଲି ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ସୋରରୁ ହଟାଇବା ପାଇଁ ଶପଥ ପାଠ ଚାଲିଥିବା ବେଳେ ଆଜି ତାଙ୍କୁ ପୁଣିଥରେ ବିଧାୟକ କରିବାକୁ ଶପଥ ନେଇଛନ୍ତି ବିଜେଡି କର୍ମୀ । ଗୋଟେ ପଟେ ପର୍ଶୁଙ୍କୁ ହଟାଇବା ପାଇଁ ଦାବି ହେଉଥିବା ବେଳେ ଅନ୍ୟପକ୍ଷେ ପର୍ଶୁଙ୍କୁ ପୁଣି ବିଧାୟକ କରିବା ପାଇଁ ଦାବି ହେଉଛୁ । ଯାହା ସୋର ନିର୍ବାଚନ ମଣ୍ଡଳୀରେ ବିଜେଡି ଭିତରେ ଥିବା ଅନ୍ତଃକନ୍ଦଳ ସ୍ପଷ୍ଟ ଦେଖା ଯାଉଛି ।
ଆଜି ସୋର ବିଧାୟକ ପର୍ଶୁରାମ ଧେଡ଼ାଙ୍କ ସମର୍ଥକ ତଥା ଦଳୀୟକର୍ମୀମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସିରାପୁର ମା' ଦାଣ୍ଡଖେଳାଇ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମୁହିକ ଦୀପଦାନ କରାଯିବା ପରେ ପର୍ଶୁରାମ ଧଡାଙ୍କୁ ଆଗାମୀ ନିର୍ବାଚନରେ ଜିତାଇବା ତଥା ବିଜେଡି ଦଳରେ ରହି ନିସର୍ତ୍ତ କାର୍ଯ୍ୟ କରିବା ଏବଂ କୁଚକ୍ରିଙ୍କ କଥାରେ ନପଡିବା ନେଇ ଶପଥ କରାଯାଇଥିଲା । ଉପାଧ୍ୟକ୍ଷଙ୍କ ଆହ୍ବାନରେ ବିଜେଡିର କିଛି ଅସନ୍ତୁଷ୍ଟ କର୍ମୀମାନେ ମେଳି ବାନ୍ଧିଥିବା ବେଳେ ସେମାନଙ୍କୁ କୁଚକ୍ରୀ ଏବଂ ସେମାନେ ବିଜେଡିର ନୁହେଁ ବରଂ କଂଗ୍ରେସ ଓ ବିଜେପି ପାଇଁ କାମ କରୁଥିବା କଥା କହିଛନ୍ତି ସୋର ପୌପାଳିକା ବିଜେଡି ସଭାପତି ସୁକାନ୍ତ ମିଶ୍ର । ଏହାସହ ସମ୍ପୃକ୍ତ ଗୋଷ୍ଠୀ ଦେଶର ସମ୍ପତ୍ତି ଲୁଟ କରିଛନ୍ତି ଏବଂ ମେଳିବାନ୍ଧି ବିଧାୟକଙ୍କ କୌଣସି କ୍ଷତି କରିପାରିବେ ନାହିଁ ବରଂ ଲୋକମାନେ ଉଚିତ ସମୟରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ସୁକାନ୍ତ ।