ବାଲେଶ୍ଵର: ରାଜ୍ୟରେ ଚାଲିଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ । ବାଲେଶ୍ବର ଜିଲ୍ଲାରେ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର 45ଟି ଜୋନ ମଧ୍ୟରୁ ବିଜେଡି 39ଟି ଜିଲ୍ଲା ପରିଷଦ ଆସନ ଜିତିଛି । ବିଜେପି 4 ଆସନ ଜିତିଥିବାବେଳେ କଂଗ୍ରେସ 2ଟି ଆସନରେ ବିଜୟୀ ହୋଇଛି। ଏହି ଦୃଷ୍ଟିରୁ ଜିଲ୍ଲା ପରିଷଦ ଗଠନ ପାଇଁ ବିଜେଡି ଆବଶ୍ୟକ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେପଟେ ଦଳ ପକ୍ଷରୁ 29 ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ପ୍ରଧାନଙ୍କ ନାଁ ଘୋଷଣା କରାଯାଇଛି ।
Zilla Parishad Election: ବିଜେଡି ହାତକୁ ଗଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ - ବାଲେଶ୍ବରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ
ନିର୍ଦ୍ବନ୍ଦରେ ଶାସକ ଦଳ ହାତେଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ। ଅଧିକ ପଢ଼ନ୍ତୁ
zilla parishad chairman election: ନିର୍ଦ୍ବନ୍ଦରେ ବିଜେଡି ହାତକୁ ଗଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ
ଏନେଇ ଜିଲ୍ଲା ସଭାପତି ଉପସ୍ଥିତ ରହି ସର୍ବସମ୍ମୁଖରେ ଲଫାଫା ଖୋଲି ନାରାୟଣଙ୍କ ନାଁ ଘୋଷଣା କରିଥିଲେ। ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ମ୍ୟାଜିକ ନମ୍ବର 23 ଦରକାର ଥିବା ବେଳେ ବିଜେଡି ଅଧ୍ୟକ୍ଷ ପଦ ହାତେଇବା ଓ ନାରାୟଣ ପ୍ରଧାନ ନିର୍ଦ୍ବନ୍ଦରେ ଜିତିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ