ଓଡିଶା

odisha

ETV Bharat / state

କେନ୍ଦ୍ର ସରକାର ବିରୋଧରେ ବିଜେଡିର ରଣହୁଙ୍କାର - ବିଜେପି ବିରୋଧରେ ବିଜେଡିର ରଣହୁଙ୍କାର

ବାଲେଶ୍ୱରରେ କେନ୍ଦ୍ର ସରକାର ବିରୋଧରେ ବିଜେଡିର ବିଶାଳ ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ଜନ ମାରଣ ନୀତି ବିରୋଧରେ ବିଜେଡିର ବିରୋଧ ପ୍ରଦର୍ଶନ । କେନ୍ଦ୍ର ବିରୋଧରେ ଲଢେଇ ଜାରି ରହିବ କହିଲା ବିଜେଡି । ଅଧିକ ପଢ଼ନ୍ତୁ

କେନ୍ଦ୍ର ସରକାର ବିରୋଧରେ ବିଜେଡି ର ବିଶାଳ ବିକ୍ଷୋଭ
କେନ୍ଦ୍ର ସରକାର ବିରୋଧରେ ବିଜେଡି ର ବିଶାଳ ବିକ୍ଷୋଭ

By

Published : Feb 17, 2023, 12:09 PM IST

ବାଲେଶ୍ୱର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରୁ ଚାଉଳ ଉଠାଇବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ଏବଂ ଧାନ କିଣିବା ବାବଦରେ ୨୦ହଜାର କୋଟି ଟଙ୍କା କାଟକୁ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି । କେନ୍ଦ୍ର ସରକାର ଧାନ କିଣିବା କ୍ଷେତ୍ରରେ ୨୦ହଜାର କୋଟି ଟଙ୍କା କାଟ କରିଥିବାରୁ ଏବେ ଚାଷୀମାନେ ସେମାନଙ୍କର ପ୍ରାପ୍ୟ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି ।

ଏଥିପାଇଁ କେନ୍ଦ୍ର ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ ବୋଲି ଦାବି କରାଯାଇଛି । ସେହିପରି କୋଭିଡ ମହାମାରୀ ସମୟରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ୧୦କେଜି ଚାଉଳରୁ ୫କେଜି ଚାଉଳ କେନ୍ଦ୍ର ସରକାର କାହିଁକି କାଟିଛନ୍ତି ତାର ଜବାବ ଦିଅନ୍ତୁ ବୋଲି ଏହି ବିଜେଡି ଦାବି କରିଛି । ଏହାବ୍ୟତିତ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ କାର୍ଯ୍ୟକଳାପ ପାଇଁ ଓଡ଼ିଶାର ୩.୨୫କୋଟି ଲୋକେ ପ୍ରଭାବିତ ହେଉଥିବା ବେଳେ ପ୍ରତିମାସରେ ୫କେଜି ଚାଉଳ ଅଧିକ ବୋଝ ଲଦିଦେଇଛନ୍ତି ।

ଏପରିକି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା ଫଳରେ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ ବୋଲି ଅଭିଯୋଗ ହୋଇଛି । କୋଭିଡ ଯୋଗୁଁ ଅନେକ ଲୋକଙ୍କ ଜିବନ ଜୀବିକା ଉଜୁଡ଼ି ଯାଇଥିବା ବେଳେ କୋଟି କୋଟି ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ସମୟରେ ଗରିବ ଲୋକର ଆହାର ଚାଉଳକୁ ବନ୍ଦ୍ କରିଦେବା ସମ୍ପୂର୍ଣ୍ଣ ନିନ୍ଦନୀୟ ବୋଲି ବିଜେଡ଼ି ଅଭିଯୋଗ କରିଛି।

କୋଭିଡ ପାଇଁ ଅର୍ଥନୈତିକ ଚାପରେ ଥିବା ଗରିବଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡା ବୋଲି କୁହାଯାଇଛି । କେନ୍ଦ୍ରର ବିଜେପି ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ମିଳୁଥିବା ଚାଉଳର ନାଁ ପରିବର୍ତ୍ତନ କରି ଗରିବ ଖଟିଖିଆଙ୍କ ସହ ଚଞ୍ଚକତା କରୁଥିବା କରୁତିବା ଅଭିଯୋଗ କରିଛି ବିଜେଡି । ବେଳେ ଗରିବ ଲୋକଙ୍କୁ ଭୋକରେ ରଖିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ବିକ୍ଷୋଭ ବେଳେ ମତ ପ୍ରକାଶ ପାଇଥିଲା ।

ଏହି ଅବସରରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନାରାୟଣଚନ୍ଦ୍ର ପ୍ରଧାନ, ସଦର ବ୍ଳକ ଚେୟାରମେନ ସୁନିତା ବେହେରା, ପୌରପରିଷଦ ଉପାଧ୍ୟକ୍ଷ କୈଳାସଚନ୍ଦ୍ର ସେଠୀ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବାଲେଶ୍ୱର

ABOUT THE AUTHOR

...view details