ଓଡିଶା

odisha

ETV Bharat / state

ବାଲେଶ୍ବର ବିଜେଡି ଜିଲ୍ଲା ସଭାପତିଙ୍କ ମହାନତା, ଆହତଙ୍କୁ ନେଲେ ମେଡିକାଲ

ମାନବିକତାର ପରିଚୟ ଦେଖାଇଲେ ବାଲେଶ୍ବର ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବିନ୍ଦ୍ର ଜେନା । ଦୁ୍ର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଛନ୍ତି ( bjd president helped injured people )। ସଭାପତିଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ

bjd president helped injured people
ବାଲେଶ୍ବର ବିଜେଡି ଜିଲ୍ଲା ସଭାପତିଙ୍କ ମାନବିକତା

By

Published : Dec 23, 2022, 12:35 PM IST

ବଞ୍ଚିଛି ମାନବିକତା, ଆହତଙ୍କୁ ମେଡିକାଲ ନେଲେ ବିଜେଡି ଜିଲ୍ଲା ସଭାପତି

ବାଲେଶ୍ବର:ଏବେ ବି ବଞ୍ଚିଛି ମାନବିକତା । ସମାଜରେ ଏବେ ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଅସୁବିଧାରେ ପଡିଥିବା ବ୍ୟକ୍ତିଙ୍କୁ ସହାୟତାର ହାତ ବଢାଇଥାନ୍ତି । ସେମିତି କିଛି କରି ମାନବିକତାର ପରିଚୟ ଦେଇଛନ୍ତି ବାଲେଶ୍ବର ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନା । ଗତକାଲି (ଗୁରୁବାର) ବାଲେଶ୍ବର ଜିଲ୍ଲା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଟିଆଇ ଛକରେ ଦୁଇଜଣ ଯୁବକ ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିଲେ । ଏହା ଦେଖି ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ଗାଡ଼ି ଅଟକାଇ ଆହତମାନଙ୍କୁ ମେଡିକାଲ ନେବା ପାଇଁ ନିଜେ ଅଣ୍ଟା ଭିଡ଼ିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଓଟି ରୋଡ଼ ସମ୍ପୂର୍ଣ୍ଣ ଭାବେ ବ୍ଲକ କରାଯାଇଥିଲା । ଏହାରି ଭିତରେ ଜନଗହଳି ଲାଗୁଥିବା ଓଟି ରୋଡ଼ ପୁରା ଶୁନଶାନ ଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଫେରିବା ପରେ ନେତା ମନ୍ତ୍ରୀମାନେ ସଭାସ୍ଥଳ ଛାଡିଥିଲେ । ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା ନିଜ ଗାଡ଼ିରେ ରାସ୍ତାରେ ଯାଉଥିବା ବେଳେ ଆଇଟିଆଇ ଛକରେ ଦୁଇଜଣ ଯୁବକ ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିବା ଦେଖିଥିଲେ । କାଳ ବିଳମ୍ବ ନକରି ବିଜେଡି ସଭାପତି ରବୀନ୍ଦ୍ର ଜେନା ଗାଡ଼ି ଅଟକାଇ ଆହତମାନଙ୍କୁ ମେଡିକାଲରେ ପହଞ୍ଚାଇଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...ନୂଆ ରୂପ ପାଇବ ଐତିହ୍ୟ ଅଠରନଳା, ଆରମ୍ଭ ହେଲା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ରାସ୍ତା ଫାଙ୍କା ଥିବାରୁ କେହି ଲୋକ ନଥିବା ବେଳେ ତାଙ୍କ ସହ ଥିବା ଯୁବନେତା ସିମନ ଦାସ ମହାପାତ୍ର ଓ କିଛି କର୍ମୀଙ୍କ ସହଯୋଗରେ ନିଜେ ରବୀନ୍ଦ୍ର ଜେନା ଗୁରୁତର ଆହତଙ୍କୁ ନିଜ ଗାଡ଼ିରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଆହତମାନଙ୍କ ଚିକିତ୍ସା ବନ୍ଦୋବସ୍ତ କରାଇବା ସହ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଗୁରୁତର ଆହତ ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ବାଲେଶ୍ଵର ଟାଉନ ଥାନା ଅଧିନ ଦାମୋଦରପୁର ଅଞ୍ଚଳର ସୁଶାନ୍ତ ଦେ । ରବୀନ୍ଦ୍ର ଜେନାଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଏହା ବି ପଢନ୍ତୁ...ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ, ଶୋଭାରାମପୁର ରେଳ ଓଭର ବ୍ରିଜର କଲେ ଉଦଘାଟନ

ପ୍ରକାଶ ଥାଉ କି, ଗତକାଲି (ଗୁରୁବାର) ମୁଖ୍ୟମନ୍ତ୍ରୀ ବାଲେଶ୍ବର ଜିଲ୍ଲା ଗସ୍ତ କରିଥିଲେ । ଜିଲ୍ଲାବାସୀଙ୍କୁ 1806 କୋଟି ଟଙ୍କାର 191ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ସବୁ କ୍ଷେତ୍ରରେ ବାଲେଶ୍ବର ଜିଲ୍ଲା ଅଗ୍ରଣୀ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details