ବାଲେଶ୍ବର: ତୃଣମୂଳସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ଉପରେ ଗୁରୁତ୍ବ ଦେଇଛି ଶାସକ ବିଜେଡି। ଆଉ ଏହି କ୍ରମରେ ବାଲେଶ୍ବରରେ ଆୟୋଜିତ ହୋଇଯାଇଛି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ। ଯେଉଁଥିରେ ଜିଲ୍ଲା ବିଜେଡ଼ି ପ୍ରଭାରୀ ତଥା ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ପୂର୍ବତନ ସାଂସଦ ତଥା ବିଜେଡ଼ି ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିଲେ।
ଦଳର ସାଙ୍ଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ଆଜିଠାରୁ ଜିଲ୍ଲାରେ ବିଜେଡ଼ି ତାର ଦଳୀୟ ସଭ୍ୟ ସଂଗ୍ରହ କରିବା କାର୍ଯ୍ୟ ଆରମ୍ଭ କରିଛି। ଜିଲ୍ଲାର ପ୍ରଥମ ଦଳୀୟ ସଭ୍ୟ ଭାବେ ଜିଲ୍ଲା ବିଜେଡ଼ି ସଭାପତି ରବୀନ୍ଦ୍ର କୁମାର ଜେନା ସଦସ୍ୟତା ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦଳର ବହୁ ନେତା ଏବଂ କର୍ମୀ ଯୋଗ ଦେଇଥିଲେ।