ବାଲେଶ୍ଵର: ବାଲେଶ୍ବର ସଦର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କର ନାମ ଘୋଷଣା ପରେ ବାଲେଶ୍ଵର ବିଜେଡିରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଦଳର ନିଷ୍ପତ୍ତିକୁ ମାନି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ସାମୂହିକ ଭାବେ ସମର୍ଥନ କରିବା ପାଇଁ ଆହ୍ୱାନ ଦେଇଥିଲେ । ସବୁ ଅସନ୍ତୋଷ ତୁଟିବା ପରେ ସ୍ୱରୂପ ଗୁରୁବାର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନୋମିନେସନ ଦାଖଲ ପାଇଁ ବାହାରିଥିଲେ ।
ବାଲେଶ୍ବର ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ବରୂପ - ବାଲେଶ୍ବର ଖବର
ବାଲେଶ୍ବର ସଦର ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ। ସମର୍ଥକଙ୍କ ଗହଣରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱରୂପ ନୋମିନେସନ ଦାଖଲ କରିଛନ୍ତି । ଅଧିକ ପଢନ୍ତୁ...
ବାଲେଶ୍ବର ସଦର ପାଇଁ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପ୍ରାର୍ଥୀପତ୍ର ଦାଖଲ
ବାଲେଶ୍ବର ସଦର ପାଇଁ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କ ପ୍ରାର୍ଥୀପତ୍ର ଦାଖଲ
ସ୍ୱରୂପଙ୍କ ସମର୍ଥନରେ ବହୁ ବରିଷ୍ଠ ବିଜେଡି ନେତା ତାଙ୍କ ସହ ସାମିଲ ହୋଇଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱରୂପ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରତି ବାଲେଶ୍ଵରବାସୀଙ୍କ ଭରସା ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଆଗକୁ ବଢ଼ାଇବା ପାଇଁ ସେ ମୈଦାନକୁ ଓହ୍ଲାଇଥିବା କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ