ଓଡିଶା

odisha

ETV Bharat / state

ବାଲେଶ୍ବରରେ ମାଟି ବଞ୍ଚାଅ ଅଭିଯାନ, ସଚେତନ ବାର୍ତ୍ତା ପାଇଁ ବାଇକ ରାଲି - ମାଟି ବଞ୍ଚାଅ ଅଭିଯାନ

ମୃତ୍ତିକା ସୁରକ୍ଷା ଅଭିଯାନରେ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ । ବାଲେଶ୍ବରର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ "ମାଟି ବଞ୍ଚାଅ ଅଭିଯାନ" । ଅଧିକ ପଢ଼ନ୍ତୁ

save soil abhiyan
ମାଟି ବଞ୍ଚାଅ ଅଭିଯାନ

By

Published : Dec 26, 2022, 3:41 PM IST

ବାଲେଶ୍ବରରେ ମାଟି ବଞ୍ଚାଅ ଅଭିଯାନ

ବାଲେଶ୍ବର: ଅଗ୍ରଣୀ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ନୋଫେଷ୍ଟର କର୍ମକର୍ତ୍ତା ଓ ବାଲେଶ୍ୱର ଈଶା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ "ମାଟି ବଞ୍ଚାଅ ଅଭିଯାନ" ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସହରର ଗାନ୍ଧୀ ସ୍ମୃତି ଭବନରୁ ଡଗରା ବେଳାଭୂମି ଯାଏଁ ଏକ ବାଇକ ରାଲି ଆୟୋଜନ କରାଯାଇଛି । ଦିନକୁ ଦିନ ମୃତ୍ତିକା କ୍ଷୟ ହେଉଥିବା ବେଳେ ସଚେତନତା ସୃଷ୍ଟି କରିବା ପାଇଁ ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:CM to Review Covid Situation: ମୁଣ୍ଡ ଟେକୁଛି ସଂକ୍ରମଣ, ମଙ୍ଗଳବାର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ମାଟିକୁ ପୁଣି ଥରେ ଜୀବନ୍ତ କରିବା ପାଇଁ ଆହ୍ୱାନ ଦେଇ ସ୍ନୋଫେଷ୍ଟର ସଭାପତି ଶୁଭମ ସାଇ ମହାପାତ୍ର, ଈଶା ଫାଉଣ୍ଡେସନର ସଦସ୍ୟ ସୌମେନ୍ଦ୍ର ଦାସ ତଥା ସ୍ନୋଫେଷ୍ଟର ଅନ୍ୟ କର୍ମକର୍ତ୍ତା ମୋଟର ସାଇକେଲ ଯାତ୍ରା ଆରମ୍ଭ କରିଥିଲେ।ସୂଚନାଥାଉକି, ମାଟିର ଉପର ପୃଷ୍ଠ ଦିନକୁ ଦିନ କ୍ଷୟ ହେବାରେ ଲାଗିଛି । ଏହି ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହାର ଉନ୍ନତି ପାଇଁ ଏକ ସଚେତନ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ 'ମାଟି ବଞ୍ଚାଓ ଅଭିଯାନ' ଏକ ବିଶ୍ୱସ୍ତରୀୟ ଆନ୍ଦୋଳନ। ବହୁ ବିଶିଷ୍ଟ ବୈଜ୍ଞାନିକଙ୍କ ମତରେ 2045-50 ମସିହା ବେଳକୁ ଏବେ ତୁଳନାରେ ଖାଦ୍ୟ ଉତ୍ପାଦନ କ୍ଷମତା 40 ପ୍ରତିଶତ ହ୍ରାସ ପାଇଯିବ ।

ଏହା ମଧ୍ୟ ପଢ଼ନ୍ତୁ:BJD Foundation Day: 26 ବର୍ଷରେ ପାଦ ଦେଲା BJD, ମହାପ୍ରଭୁଙ୍କୁ ଦୀପଦାନ

ସେହି ସମୟରେ ପୃଥିବୀର ଜନସଂଖ୍ୟା ପ୍ରାୟ 950 କୋଟି ହୋଇଯାଇଥିବ । ଏଥିପାଇଁ ଗମ୍ଭୀର ଖାଦ୍ୟ ସମସ୍ୟା ଦେଖାଯିବ, ଯାହାଦ୍ୱାରା ବିଶ୍ବରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ । ପୃଥିବୀରେ ଚାଷ ଉପଯୋଗୀ ମୃତ୍ତିକା କମିକମି ଯାଉଛି ଏବଂ ଏହି ଦିଗରେ ସଚେତନତା ଓ ପଦକ୍ଷେପ ନେବା ପାଇଁ ଉକ୍ତ ଅଭିଯାନ ସଦଗୁରୁଙ୍କ ଦ୍ୱାରା ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯିଏ ୨୭ଟି ଦେଶ ଦେଇ ୧୦୦ ଦିନିଆ ମୋଟର ସାଇକେଲ ଯାତ୍ରା ଆରମ୍ଭ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details