ଓଡିଶା

odisha

By

Published : Aug 21, 2021, 7:10 AM IST

ETV Bharat / state

ବାଇକ ଚୋରି ରାକେଟ ଠାବ କଲା ପୋଲିସ: 8 ବାଇକ ଜବତ, 3 ଗିରଫ

ବାଲେଶ୍ଵର ସହଦେବଖୁଣ୍ଟା ପୋଲିସ ଏକ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି । 8ଟି ଚୋରି ଗାଡି ଜବତ କରିବା ସହ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

ବାଇକ ଚୋରି ରାକେଟ ଠାବ କଲା ପୋଲିସ: 8 ବାଇକ ଜବତ, 3 ଗିରଫ
ବାଇକ ଚୋରି ରାକେଟ ଠାବ କଲା ପୋଲିସ: 8 ବାଇକ ଜବତ, 3 ଗିରଫ

ବାଲେଶ୍ଵର: ବାଲେଶ୍ଵର ସହଦେବଖୁଣ୍ଟା ଥାନା ପୋଲିସ ଏକ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିଛି । 8ଟି ଚୋରି ଗାଡି ଜବତ କରିବା ସହ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଘୋଡାପଦା ଅଞ୍ଚଳର ଗୌତମ ଦାସ ନିଜର ଗ୍ଲାମର ବାଇକ, ସାରଥୀ ସଙ୍ଘ ପାଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଲକ କରି ବଜାର ସଉଦା କରିବାକୁ ଯାଉଥିଲେ । ବଜାର ସଉଦା ସାରି ଫେରିବା ବେଳେ ଗୌତମଙ୍କ ଗାଡି ସେଠାରେ ନଥିଲା। ଏନେଇ ଗୌତମ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏନେଇ ତଦନ୍ତ କରୁଥିବା ବେଳେ ଗତ 19 ତାରିଖରେ ଫକୀର ମୋହନ ଗୋଲେଇ ନିକଟରେ ମାସ୍କ ଚେକିଂ ବେଳେ ବାଲିଆପାଳ ଅଞ୍ଚଳର ରାଜୁ ଓରଫ ରାଜୀବ ଗିରି ବିନା ମାସ୍କରେ ଏକ ବାଇକ ନେଇ ଆସୁଥିଲେ । ପୋଲିସ ରାଜୁକୁ ଗାଡିର କାଗଜପତ୍ର ଯାଞ୍ଚ ପାଇଁ ମାଗିଥିବା ବେଳେ ରାଜୁ ତାହା ନିଜ ଗାଡି ବୋଲି ପ୍ରମାଣିତ କରି ପାରି ନଥିଲା।

ପୋଲିସ ସନ୍ଦେହ କରି ରାଜୁକୁ ଅଟକ ରଖି ପଚରା ଉଚୁରା କରିବା ପରେ ରାଜୁ ଓ ତାର ସହଯୋଗୀମାନେ ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରିଥିବା ସ୍ୱୀକାର କରିଥିଲା । ଏନେଇ ପୋଲିସ ରାଜୁ ସମେତ ସିଂଲା ଅଞ୍ଚଳର ଗୋପାଳ ଜେନା ଓ ବାଲିଆପାଳ ଅଞ୍ଚଳର ରଞ୍ଜନ ବେହେରାଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବାଲେଶ୍ଵର ସହର ସମେତ ବାଲିଆପାଳ ଓ ଜଳେଶ୍ବର ଆଦି ଅଞ୍ଚଳରୁ ବାଇକ ଚୋରି କରିଥିବା ସ୍ୱୀକାର କରିଥିଲେ। ସେମାନଙ୍କ ପାଖରୁ 8ଟି ବାଇକ ଜବତ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details