ଓଡିଶା

odisha

ETV Bharat / state

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡିର 3 ହେଭିୱେଟ ନେତା

ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜିଲ୍ଲାର 3 ହେଭିୱେଟ ବିଜେଡି ନେତା ।

By

Published : Apr 4, 2019, 11:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଆଗାମୀ ନିର୍ବାଚନରେ ନିଶ୍ଚିତ ବିଜୟ ଲକ୍ଷ୍ୟ ନେଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଜିଲ୍ଲାର 3 ହେଭିୱେଟ ବିଜେଡି ନେତା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋର ବିଜେଡି ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡା, ପିଡିଡିଆର୍‌ଡିଏ କାର୍ଯ୍ୟାଳୟରେ ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୀଳଗିରି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନାମାଙ୍କନ ପତ୍ର ଦାଖଲ କରିବା ସହ ପ୍ରାର୍ଥୀମାନେ ଆଗାମୀ ନିର୍ବାଚନରେ ବିଜୟ ସୁନିଶ୍ଚିତ ବୋଲି ଆଶାପୋଷଣ କରିଛନ୍ତି । ତେବେ ନୀଳଗିରିରୁ ବିଧାୟକ ପ୍ରାର୍ଥୀ ଥିବା ସନ୍ତୋଷ ଖଟୁଆ ନିକଟରେ ବିଜେଡିରେ ଯୋଗଦେଇଥିଲେ । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ଗୁରୁବାର ସନ୍ତୋଷ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ବିଭିନ୍ନ ବାଦ୍ୟଯନ୍ତ୍ର ସହ ଜଗନ୍ନାଥ ମନ୍ଦିରରୁ ପ୍ରଚାର ପାଇଁ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ସେଠାରେ ସମର୍ଥକଙ୍କ ଉପସ୍ଥିତିରେ ସନ୍ତୋଷ ନାମାଙ୍କନ ଦାଖଲ କରିଥିଲେ । ସେହିପରି ସିମୁଳିଆ ବିଧାୟକ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିରାଟ ପଟୁଆରରେ ଯାଇ ଜିଲ୍ଲା ପିଡିଡିଆର୍‌ଡିଏ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି ଅବସରରେ ବିଜେପିରୁ ଟିକେଟ ପାଇଥିବା ପଦ୍ମଲୋଚନ ପଣ୍ଡାଙ୍କୁ ସେ ନିଜ ପ୍ରତିଦ୍ବନ୍ଦୀ ଭାବୁ ନାହାଁନ୍ତି ବୋଲି କହିଛନ୍ତି । ତେଣୁ ମଇଦାନରେ ତାଙ୍କର କଂଗ୍ରେସ ସହ ଟକ୍କର ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ସୋର ବିଧାୟକ ପ୍ରାର୍ଥୀ ପର୍ଶୁରାମ ଧଡା ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ଦଳ ତାଙ୍କୁ ଏବର୍ଷ ପୁଣି ଟିକେଟ ଦେଇଥିବାରୁ ସେ ସୁପ୍ରିମୋଙ୍କ ଭରସା ଭାଙ୍ଗିବେ ନାହିଁ ବୋଲି କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details