ଓଡିଶା

odisha

By

Published : Jul 4, 2022, 6:22 PM IST

ETV Bharat / state

ଶ୍ରମକାର୍ଡ ପ୍ରସ୍ତୁତିରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ

ବାଲେଶ୍ବରରେ ଶ୍ରମକାର୍ଡ ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ଅଭିଯୋଗ । ହାତରେ କୋଦାଳ, ବେଲଚା ଓ ଝାଡୁ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ସାମାଜିକ ନ୍ୟାୟ ଅଧିକାର ମଞ୍ଚର ହିତାଧିକାରୀ । ଅଧିକ ପଢ଼ନ୍ତୁ

ଶ୍ରମକାର୍ଡ ପ୍ରସ୍ତୁତିରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ
ଶ୍ରମକାର୍ଡ ପ୍ରସ୍ତୁତିରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ

ବାଲେଶ୍ବର: ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ନ୍ୟାୟ ଅଧିକାର ମଞ୍ଚ ପକ୍ଷରୁ ବିକ୍ଷୋଭ । ବେଆଇନ ଭାବେ ଶ୍ରମକାର୍ଡ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ପ୍ରକୃତ ହିତାଧିକାରୀ ଆଦିବାସୀମାନଙ୍କ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଅଭିଯୋଗ ।

ଶ୍ରମକାର୍ଡ ପ୍ରସ୍ତୁତିରେ ଅନିୟମିତତା, ହିତାଧିକାରୀଙ୍କ ବିକ୍ଷୋଭ

ଅଭିଯୋଗ ଅନୁସାରେ କୋରୋନା ସମୟରେ ପ୍ରାୟ ୫୨ ହଜାର ୧୭୭ ଜଣଙ୍କର ବେଆଇନ ଭାବେ ଶ୍ରମକାର୍ଡ ତିଆରି କରି ଅଧିକାରୀମାନେ ମାଲାମାଲ ହୋଇଛନ୍ତି । ଅଭିଯୋଗ ପରେ ଜଣେ ଅଧିକାରୀଙ୍କୁ ବଦଳି କରାଯାଇଥିଲେ ମଧ୍ୟ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଚ ଦାବି କରିଛି । ଏନେଇ ମଞ୍ଚ ପକ୍ଷରୁ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀ ହିତାଧିକାରୀମାନେ ହାତରେ କୋଦାଳ, ବେଲଚା ଓ ଝାଡୁ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ୟୁନିଅନ ମାଧ୍ୟମରେ ଅନେକ କାର୍ଡ ବେଆଇନ ଭାବେ ହେଉଥିବା ବିଭାଗୀୟ ଶ୍ରମ ଆୟୁକ୍ତ ସ୍ବୀକାର କରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details