ବାଲେଶ୍ବର: ନୀଳଗିରି ଅଞ୍ଚଳରୁ ପୁଣି ଏକ ଭାଲୁର ମୃତଦେହ ଠାବ । ଗରଡ଼ି ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଗାଁରେ ଥିବା ଏକ ଗଛ ତଳୁ ଭାଲୁର ମୃତଦେହ ଉଦ୍ଧାର ହୋଇଛି । ମୃତ ଭାଲୁର ବାମ ଗୋଡରେ ଗଭୀର କ୍ଷତ ରହିଛି । ପାରିପାର୍ଶ୍ବିକ ସ୍ଥିତିରୁ ଶରୀର ଅସୁସ୍ଥ କାରଣରୁ ଭାଲୁଟିର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।
ନୀଳଗିରିରେ ପୁଣି ଏକ ଭାଲୁର ମୃତ୍ୟୁ - ଭାଲୁର ମୃତ୍ୟୁ
ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଏକ ଭାଲୁର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ କୌଣସି ରୋଗ ହେବା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରିଛି ବନ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ତେବେ କୌଣସି ରୋଗ କାରଣରୁ ଭାଲୁଟିର ମୃତ୍ୟୁ ହୋଇଥିବା ନେଇ ଅନୁମାନ କରିଛି ବନ ବିଭାଗ । ଅନ୍ୟପଟେ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ତେବେ ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଭାଲୁଙ୍କ ମୃତ୍ୟୁ ଘଟୁଥିବା ବେଳେ ଏପଟେ ବନବିଭାଗର ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ