ଓଡିଶା

odisha

ETV Bharat / state

ଜାତୀୟସ୍ତରରେ ଚମକିଲେ ବାଲେଶ୍ଵରର ଦଶମ ଶ୍ରେଣୀ ଛାତ୍ରୀ

ଭାରତ ସରକାରଙ୍କ ସାଂସ୍କୃତିକ ସମ୍ବଳ ଏବଂ ପ୍ରଶିକ୍ଷଣ କେନ୍ଦ୍ର(ସିସିଆରଟି) ତରଫରୁ ୨୦୨୦-୨୧ ବର୍ଷ ମେଧା ଛାତ୍ର ବୃତ୍ତି ପାଇଁ ବାଲେଶ୍ବରର ବର୍ଣ୍ଣାଳୀ ଘଡାଇ ମନୋନୀତ ହୋଇଛନ୍ତି । ଅଧିକ ପଢନ୍ତୁ

ଜାତୀୟ ସ୍ତରରେ ଚମକିଲେ ବାଲେଶ୍ଵରର ଦଶମ ଶ୍ରେଣୀ ଛାତ୍ରୀ
ଜାତୀୟ ସ୍ତରରେ ଚମକିଲେ ବାଲେଶ୍ଵରର ଦଶମ ଶ୍ରେଣୀ ଛାତ୍ରୀ

By

Published : May 2, 2022, 8:19 PM IST

ବାଲେଶ୍ବର: ଭାରତ ସରକାରଙ୍କ ସାଂସ୍କୃତିକ ସମ୍ବଳ ଏବଂ ପ୍ରଶିକ୍ଷଣ କେନ୍ଦ୍ର(ସିସିଆରଟି) ତରଫରୁ ୨୦୨୦-୨୧ ବର୍ଷ ମେଧା ଛାତ୍ର ବୃତ୍ତି ପାଇଁ ବର୍ଣ୍ଣାଳୀ ଘଡାଇ ମନୋନୀତ ହୋଇଛନ୍ତି । ପୂର୍ବରୁ ଏନେଇ ଆବେଦନ କରିଥିଲେ । ତେବେ ଚିତ୍ରକଳା କ୍ଷେତ୍ରରେ ଓଡ଼ିଶାରୁ ୪ ଜଣଙ୍କ ଭିତରେ ବର୍ଣ୍ଣାଳୀ ରହିଛନ୍ତି । ବର୍ତ୍ତମାନ ବାଲେଶ୍ବର ସହରସ୍ଥିତ ସିଦ୍ଧିବିନାୟକ ପବ୍ଲିକ ସ୍କୁଲର ସେ ଦଶମ ଶ୍ରେଣୀର ଛାତ୍ରୀ ।

କୁନି ବୟସରୁ କଳାକୃତି ପରି ରୁଚି ରଖିଥିବା ବର୍ଣ୍ଣାଳୀ ଘଡାଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅନେକ ସଫଳତା ହାସଲ କରିଛନ୍ତି । ଅଫଲାଇନ୍ ଓ ଅନଲାଇନରେ ଆୟୋଜିତ ହେଉଥିବା ଜିଲ୍ଲା, ରାଜ୍ୟ ତଥା ଆନ୍ତର୍ଜାତୀୟ ସ୍ତର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପୁରସ୍କାର ଓ ପ୍ରଶଂସା ପତ୍ର ହାସଲ କରିଛନ୍ତି । ତୂଳୀ ଓ ରଙ୍ଗରେ ସୁନ୍ଦର ଚିତ୍ର ଆଙ୍କି ନିଜର ପ୍ରତିଭା ପ୍ରଦର୍ଶିତ କରୁଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details