ଓଡିଶା

odisha

ETV Bharat / state

ଜୁଡିସିଆଲ ହବ୍‌ ସ୍ଥାନାନ୍ତରଣକୁ ବିରୋଧ, ଧାରଣାରେ ବସିଲା ଓକିଲ ସଂଘ - କୋର୍ଟ ସ୍ଥାନାନ୍ତକୁ ବିରୋଧ ଧାରଣାରେ ଓକିଲ ସଂଘ

ବାଲେଶ୍ୱରରେ ଜୁଡିସିଆଲ ହବ ସ୍ଥାନାନ୍ତରକୁ ବିରୋଧ । ଧାରଣାରେ ଦେଲେ ଓକିଲ ସଂଘ ସମେତ ସହରର ବିଭିନ୍ନ ସଂଗଠନ । ଅଧିକ ପଢନ୍ତୁ

ଜୁଡିସିଆଲ ହବ ସ୍ଥାନାନ୍ତରକୁ ବିରୋଧ, ଧାରଣାରେ ଓକିଲ ସଂଘ
ଜୁଡିସିଆଲ ହବ ସ୍ଥାନାନ୍ତରକୁ ବିରୋଧ, ଧାରଣାରେ ଓକିଲ ସଂଘ

By ETV Bharat Odisha Team

Published : Oct 19, 2023, 6:35 AM IST

ଜୁଡିସିଆଲ ହବ ସ୍ଥାନାନ୍ତରକୁ ବିରୋଧ, ଧାରଣାରେ ଓକିଲ ସଂଘ

ବାଲେଶ୍ୱର: ଜୁଡିସିଆଲ ହବ୍‌ ସ୍ଥାନାନ୍ତରକୁ ବିରୋଧ କରି ବୁଧବାର ବାଲେଶ୍ୱର ସହରର ଓକିଲ ସଂଘ ଓ ବିଭିନ୍ନ ସଂଗଠନ ମିଳିତ ଭାବରେ ଗଣଧାରଣାରେ ବସିଥିଲେ । ଜୁଡିସିଆଲ ହବ୍‌ ସ୍ଥାନାନ୍ତର ପ୍ରକ୍ରିୟା ରୋକିବା ପାଇଁ ପୂର୍ବରୁ ଓକିଲ ସଂଘ ତଥା ବିଭିନ୍ନ ଗଣ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଥିବା ବେଳେ ଆଜି ସାମୁହିକ ଭାବରେ ଓକିଲ ସଂଘ, ଗଣ ସଙ୍ଗଠନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହାର ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । କୋର୍ଟ ସ୍ଥାନାନ୍ତର ହେଲେ ସାଧାରଣ ଲୋକଠାରୁ ଆରମ୍ଭ କରି ଓକିଲମାନେ ଯିବା ଆସିବାରେ ସମସ୍ୟା ଭୋଗିବେ । ଏହାସହ ଯେଉଁ ସ୍ଥାନକୁ ଏହା ସ୍ଥାନାନ୍ତର ପାଇଁ ପ୍ରସ୍ତାବ ରହିଛି ତାହା ସହରଠାରୁ ଠାରୁ ପ୍ରାୟ 15 କିଲୋମିଟର ଦୂରରେ ହୋଇଥିବାରୁ ସନ୍ଧ୍ୟାରେ ଯିବା ଆସିବା ପାଇଁ ସାଧାରଣ ଲୋକଙ୍କ କ୍ଷେତ୍ରରେ ସମସ୍ୟା ଉପୁଜିବା ନେଇ ଆଶଙ୍କା ବଢିଛି ।

କୋର୍ଟର କିଛି ଅଂଶ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ବେଳେ ବର୍ତ୍ତମାନ ଜୁଡିସିଆଲ ହବ୍‌ ପ୍ରତିଷ୍ଠା ନିମନ୍ତେ ରେମୁଣା ବ୍ଲକ୍‌ ବିଦ୍ୟାଧରପୁର ଅଞ୍ଚଳରୁ ସ୍ଥାନାନ୍ତର ପାଇଁ ପ୍ରସ୍ଥାବ ରହିଛି । କିନ୍ତୁ ସେଠାକୁ ଓକିଲମାନଙ୍କ ଯାତାୟତରେ ଅସୁବିଧା ହେବା ସହ କାର୍ଯ୍ୟରେ ବାଧା ସୃଷ୍ଟି ହେବା ନେଇ ଆଶଙ୍କା କରିିଛି ଓକିଲ ସଂଘ । ଏହାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଆଇନଜୀବୀ ନିରଞ୍ଜନ ପରିଡ଼ା କହିଛନ୍ତି,"ବାଲେଶ୍ଵର କଚେରୀ ପାଖରେ ଆବଶ୍ୟକୀୟ ଜମି ଥିବା ବେଳେ କ'ଣ ପାଇଁ ଏତେ ଦୂରକୁ କୋର୍ଟ ସ୍ଥାନାନ୍ତର ତଥା ଜୁଡିସିଆଲ ହବ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାକୁ ପ୍ରତ୍ୟାହାର କରାଯାଉ । ଯଦି ଦାବି ପୂରଣ ନହେଲେ ପର୍ଯ୍ୟାୟ କ୍ରମେ ଓକିଲ ସଂଘ ସମେତ ବିଭିନ୍ନ ଗଣସଙ୍ଗଠନ ଆନ୍ଦୋଳନ ଜାରି ରଖିବ ।"

ଏହା ମଧ୍ୟ ପଢନ୍ତୁ...ପାର୍ବଣ ଋତୁରେ ସ୍ବାସ୍ଥ୍ୟକୁ ଗୁରୁତ୍ବ, ଖାଦ୍ୟର ମାନ ଯାଞ୍ଚ କରୁଛି ଖାଦ୍ୟ ସୁରକ୍ଷା ବିଭାଗ

ପ୍ରକାଶ ଥାଉକି, ପ୍ରସ୍ତାବିତ ଜୁଡିସିଆଲ ହବ୍ ପ୍ରତିଷ୍ଠା ନିମନ୍ତେ ୧୦ ଏକର ଏକକୃତ ଅଞ୍ଚଳରେ ଆବଶ୍ୟକ ଥିଲା । ହେଲେ ବାଲେଶ୍ଵର କଚେରୀ ହତା ସଂଲଗ୍ନ ଅଞ୍ଚଳରେ ଜୁଡିସିଆଲ ହବ ପ୍ରତିଷ୍ଠା ପାଇଁ ଓକିଲ ସଂଘ ତରଫରୁ ସ୍ଥାନ ନିରୁପଣ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇ ଥିଲା ଓ ଜିଲ୍ଲାପାଳ ମଧ୍ୟ ଉକ୍ତ ପ୍ରସ୍ତାବରେ ସମ୍ମତି ପ୍ରଦାନ କରିଥିଲେ । ମାତ୍ର ପୁଣି ବିଦ୍ୟାଧରପୁରକୁ ସ୍ଥାନାନ୍ତର ନେଇ ଅସନ୍ତୋଷ ବୃଦ୍ଧି ପାଇଛି ।

ବାଲେଶ୍ୱର ଜିଲ୍ଲା ଜଜ୍‌ଙ୍କ ଅଦାଲତ ଉପରେ ଭୋଗରାଇଠାରୁ ସିମୁଳିଆ ପର୍ଯ୍ୟନ୍ତ ମହକିଲ ନ୍ୟାୟ ପାଇବା ପାଇଁ ନିର୍ଭରଶୀଳ ଥିବାବେଳେ ପ୍ରସ୍ତାବିତ ବିଦ୍ୟାଧରପୁର ଯିବା ପାଇଁ ମହକିଲଠାରୁ ଆରମ୍ଭ କରି ଆଇନଜୀବୀ, ମହୁରୀର, ଟାଇପିଷ୍ଟ ଓ ଷ୍ଟାମ୍ପ ଭେଣ୍ଡରମାନଙ୍କ ପାଇଁ ସମସ୍ୟା ହେବ ବୋଲି ଅଭିଯୋଗ କରିଛି ସଂଘ ।

ଏମିତିକି ବାଲେଶ୍ଵର ଅଦାଲତଙ୍କ ଚତୁଃପାର୍ଶ୍ଵରେ ଥିବା ବିଭିନ୍ନ ରାଜସ୍ଵ କୋର୍ଟମାନ ଯଥା ତହସିଲ କୋର୍ଟ, ଉପଜିଲ୍ଲାପାଳ କୋର୍ଟ, ଅତିରିକ୍ତ ଜିଲ୍ଲାପାଳ କୋର୍ଟ, ଜିଲ୍ଲାପାଳ କୋର୍ଟ, ଖାଉଟି ଅଦାଲତ୍‌, ଲେବର କୋର୍ଟ ଓ ଚକବନ୍ଦୀ କମିଶନର କୋର୍ଟ ଥିବା ବେଳେ ଆଇନଜୀବୀମାନେ 13 କିମି. ଦୂରରୁ ଯିବା ଆସିବା କରି ମୋକଦ୍ଦମା ପରିଚାଳନା କରିବା ସମ୍ପୂର୍ଣ୍ଣ ରୂପେ ଏକ ପ୍ରକାର ଅସମ୍ଭବ ହେବ ବୋଲି କହିଛି ସଂଘ ।

ଇଟିଭି ଭାରତ,ବାଲେଶ୍ୱର

ABOUT THE AUTHOR

...view details