ବାଲେଶ୍ବରରେ ବାଂଲାଦେଶୀ ଯୁବତୀ, ପ୍ରେମ ପାଇଁ କଲେ ସୀମା ପାର ବାଲେଶ୍ବର:ବାଂଲାଦେଶରୁ ସିଧା ବାଲେଶ୍ବରରେ ପହଞ୍ଚିଲେ ମହିଳା । ଭିସାରେ ଆସିଛନ୍ତି ଆଉ କହୁଛନ୍ତି ତାଙ୍କ ପ୍ରେମିକ ତାଙ୍କ ସହ ଧୋକା ଦେଇ ଆଉ ଜଣଙ୍କୁ ବିବାହ କରିଛନ୍ତି। ମହିଳାଙ୍କ ଏମିତି ବୟାନକୁ ନେଇ ସମସ୍ତେ ଚକିତ ଥିବା ବେଳେ ମହିଳାଙ୍କ କେବଳ ଏହା ପ୍ରେମ ବ୍ୟାପାର ନା ଏହା ଭିତରେ କୌଣସି ଗୁ୍ପ୍ତଚର କାର୍ଯ୍ୟ ଲୁଚି ରହିଛି ତାହାର କାରଣ ଖୋଜା ଚାଲିଛି । ମହିଳା ଜଣଙ୍କ ଏବେ ସଖିରେ ରହିଥିବା ବେଳେ ଏହି ଘଟଣାରେ ଡିଆଇବି ଏସପି ତଦନ୍ତ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ବାଂଲାଦେଶୀ ଯୁବତୀ ରୁମା ମାରିୟମ ପ୍ରେମିକଙ୍କୁ ଖୋଜିଖୋଜି ବାଲେଶ୍ବରରେ ଆସି ପହଞ୍ଚିଛନ୍ତି । ରୁମାଙ୍କ ଘର ବାଂଲାଦେଶର ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ବୋଲି ଜଣାପଡିଛି । ପ୍ରେମିକଙ୍କ ସନ୍ଧାନରେ ଭିସା ନେଇ ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି । ଭୋଗରାଇ କମର୍ଦ୍ଦା ଥାନା ଅଧୀନ ବୁଢ଼ାକୁସୁମୀ ଅଞ୍ଚଳରେ ଥିବା ତାଙ୍କ ପ୍ରେମିକ ଘରେ ପହଞ୍ଚିଥିଲେ । ୬ ବର୍ଷ ପୂର୍ବେ ରୁମା ମାରିୟମଙ୍କ ସହ ବାଲେଶ୍ଵର ଜିଲ୍ଲା କମରଦା ଥାନା ଅଧୀନ ବୁଢ଼ାକୁସୁମୀ ଅଞ୍ଚଳର ବିରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ସୋସିଆଲ ମିଡ଼ିଆରୁ ଭଲ ପାଇବା ଆରମ୍ଭ ହୋଇଥଲା ।
ଏହା ବି ପଢନ୍ତୁ- Cross- Border Love Story: ଭାରତୀୟ ଯୁବକଙ୍କ ପ୍ରେମରେ ସାଉଥ କୋରିଆ ଯୁବତୀ, କହିଲେ ଆଇ ଲଭ୍ ଇଣ୍ଡିଆ
ପରବର୍ତ୍ତୀ ସମୟରେ ବିରେନ୍ଦ୍ର ବାଂଲାଦେଶ ଯାଇ ରୁମାକୁ ଦେଖା କରିବା ସହ ତାଙ୍କ ସହ ସମ୍ପର୍କ ରଖିଥିଲେ । ଦୀର୍ଘ ୬ ବର୍ଷ ସମ୍ପର୍କ ପରେ ରୁମା ବିରେନ୍ଦ୍ରଙ୍କୁ ବାଂଲାଦେଶ କକ୍ସ ବଜାରରେ ମୁସଲିମ ରୀତିନୀତି ଅନୁସାରେ ବିବାହ କରିଥିବା କଥା କହିଛନ୍ତି । ବିରେନ୍ଦ୍ର ହିଁ ରୁମାଙ୍କ ସ୍ବାମୀ ବୋଲି ରୁମା ଦାବି କରୁଛନ୍ତି । ଦୀର୍ଘ ଦିନର ଉଭୟ ବୈବାହିକ ଓ ଶାରୀରିକ ସମ୍ପର୍କ ରଖିବା ପରେ ବିରେନ୍ଦ୍ର ରୁମାଙ୍କୁ ଧୋକା ଦେଇ ଓଡିଶା ଚାଲି ଆସିଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିରେନ୍ଦ୍ର ଅନ୍ୟତ୍ର ବାହା ହୋଇଛନ୍ତି । କିନ୍ତୁ ବାଂଲାଦେଶୀ ଯୁବତୀ ଜଣକ ବିରେନ୍ଦ୍ରଙ୍କ ସହ ରହିବା ପାଇଁ ଜିଦ କରିଛନ୍ତି । ଏହାରି ଭିତରେ ରୁମାଙ୍କୁ ସଖି ସେଣ୍ଟରରେ ରଖାଯାଇଛି। ସେଠାକୁ ଡିଆଇଜି ଏସପି ଏବଂ ଟିମ ତଦନ୍ତ କରି ଫେରିଛନ୍ତି।
ରୁମାରେ ଏଠାକୁ କେବଳ ପ୍ରେମ ସମ୍ପର୍କକୁ ନେଇ ଆସିଛନ୍ତି ନା ଅନ୍ୟ କୌଣସି ଦେଶର ତଥ୍ୟ ହାସଲ ପାଇଁ ଆସିଛନ୍ତି ତାହା ତଦନ୍ତ ପରେ ହିଁ ଜଣାପଡିବ । ଅନେକ ସମୟରେ ହନିଟ୍ରାପ ଏବଂ ସୁନ୍ଦରୀ ଯୁବତୀମାନଙ୍କୁ ବ୍ୟବହାର କରି ଦେଶ ଭିତରକୁ ବହୁ ଗୁପ୍ତଚର ପଶିଥିବା ଏବଂ ଧରା ପଡିଥିବା ପୂର୍ବରୁ ନଜିର ରହିଛି । ଏଥିପାଇଁ ଏହାକୁ ସିଡବ୍ଲୁସି ପାଖରେ ବିଚାର ବିମର୍ଶ ପାଇଁ ରଖାଯାଇଛି । ତେବେ ରୁମାଙ୍କ ସହ ବିରେନ୍ଦ୍ରଙ୍କ କେବଳ ସୋସିଆଲ ମିଡିଆରେ ପ୍ରେମ ଓ ପରେ ସମ୍ପର୍କ ଉପରେ ସନ୍ଦେହ ରହିଥିବା ବେଳେ ତଦନ୍ତ ପରେ ସବୁକିଛି ବାହାରକୁ ଆସିବ ।
ଇଟିଭି ଭାରତ, ବାଲେଶ୍ବର