ଓଡିଶା

odisha

By

Published : Sep 9, 2019, 3:03 PM IST

ETV Bharat / state

ଟ୍ରାଫିକ ନିୟମ ଭାଙ୍ଗୁଛି ପୋଲିସ, ଭିଡିଓ ଭାଇରାଲ....

ବାଲେଶ୍ଵର ସହରର ଏଡିଏମ ଛକ ନିକଟରେ 2ଜଣ ମହିଳା ପୋଲିସ ସହ ଜଣେ ପୁରୁଷ ପୋଲିସ ଗୋଟିଏ ବାଇକରେ ଯାଉଥିବା ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ରାଜ୍ୟରେ ଟ୍ରାଫିକର ନୂଆ ଆଇନ ଲାଗୁ ହେବା ପରେ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡିଚାଳକଙ୍କ ଠାରୁ ଅଧିକ ଟଙ୍କା ଜରିମାନା ନେବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଜନତା ମଧ୍ୟ କମ ନୁହଁନ୍ତି । ବର୍ତ୍ତମାନ ପୋଲିସ ଏହି ନିୟମକୁ କେତେଦୂର ପାଳନ କରୁଛି ତାହାକୁ ମଧ୍ୟ ନଜର ରଖୁଛନ୍ତି ଲୋକେ । ଆଉ ଏହାର ପ୍ରଭାବ ଦେଖିବାକୁ ମିଳିଛି ବାଲେଶ୍ବରରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୂତନ ମୋଟର ଯାନ ଆଇନ ଲାଗୁ ହେବାପରେ ବାଲେଶ୍ଵର ପୋଲିସ କରିଥିଲା ଜୋରଦାର ଚେକିଂ । ହେଲେ ଖୋଦ ପୋଲିସ ନିୟମ ଭାଙ୍ଗିବାରେ ଲୋକଙ୍କୁ ବି ବଳି ଯାଇଥିବା ଦେଖିବାକୁ ମିଳିଛି । ଯାହାର ଚିତ୍ର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସହରର ଏଡିଏମ ଛକ ନିକଟରେ 2ଜଣ ମହିଳା ପୋଲିସ ସହ ଜଣେ ପୁରୁଷ ପୋଲିସ ଗୋଟିଏ ବାଇକରେ ଯାଉଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ନିୟମ ଭଙ୍ଗ କରିଥିବା ପୋଲିସଙ୍କଠାରୁ କେଉଁ ପ୍ରକାର ଜରିମାନା ଆଦାୟ କରାଯିବ ତାହା ଉପରେ ସମସ୍ତଙ୍କ ନଜର ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details