ବାଲେଶ୍ବର: ଭୋଗରାଇ ବ୍ଲକ ପରିସରରେ ଉତ୍ଯକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ମାଡ କଲା ପୋଲିସ । ଖବର ଅନୁଯାୟୀ, ଭୋଗରାଇ ବ୍ଲକ ଅଧିନ ଶ୍ରଦ୍ଧାପୁର ପଞ୍ଚାୟତରେ ଉପନିର୍ବାଚନରେ ଭୋଟଦାନ ଶେଷ ହୋଇଥିଲା । ପରେ ବାଲାଟ୍ ଭର୍ତ୍ତି ବାକ୍ସ ଗୁଡିକୁ ସିଲ୍ କରି ବ୍ଲକକୁ ନେବା ବେଳେ ବାଲାଟ୍ ବକ୍ସ ଖୋଲାଯାଇଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ତେବେ ଡ୍ଯୁଟିରେ ଥିବା ପ୍ରିଜାଇଡିଂ ଅଫିସର ବାଲାଟ୍ ବାକ୍ସକୁ ଖୋଲି ଟ୍ଯାମ୍ପରିଂ କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି ।
ଉପନିର୍ବାଚନରେ ଅନିୟମିତତା, ପୋଲିସର ଲାଠି ଚାର୍ଜ - ballet box tampering
ଉପନିର୍ବାଚନରେ ଅନିୟମିତତା ଅଭିଯୋଗ । ବାଲେଟ୍ ବକ୍ସ ଟ୍ୟାମ୍ପରିଂ । ଭୋଗରାଇ ବ୍ଲକ ପରିସରରେ ଉତ୍ଯକ୍ତ ଲୋକଙ୍କୁ ଘଉଡାଇବା ପାଇଁ ଲାଠି ମାଡ କଲା ପୋଲିସ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଏହାକୁ ନେଇ ପଞ୍ଚାୟତର ଶତାଧିକ ଲୋକ ଭୋଗରାଇ ବ୍ଲକକୁ ଘେରାଉ କରିବା ସହ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ପ୍ରିଜାଇଡିଂ ଅଫିସରଠୁ ଗ୍ରାମବାସୀ ମାନେ 50 ହଜାର ଟଙ୍କା ଜବତ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଏମତି ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୋଲିସ ଫୋର୍ସ ଲୋକଙ୍କ ଉପରେ ମୃଦୁ ଲାଠି ଚାଳନା କରିଥିବା ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ