ବାଲେଶ୍ବର: ବାଲିଆପାଳରେ ଜଣେ ନାବାଳକର ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା । ନାବାଳକର ମୃତ୍ୟୁ ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକେ ତଦନ୍ତ ପାଇଁ ଆସିଥିବା ଆଇଆଇସିଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଉକ୍ତ ମାମଲାରେ ପୋଲିସକୁ ମାଡ ମାରିଥିବା 13 ଜଣଙ୍କୁ ବୁଧବାର ରାତିରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା, ପୋଲିସକୁ ମାଡମରା ଘଟଣାରେ 13 ଅଟକ - balesore
ବାଲିଆପାଳରେ ଜଣେ ନାବାଳକର ମୃତ୍ୟୁକୁ ନେଇ ତଦନ୍ତ ପାଇଁ ଆସିଥିବା ଆଇଆଇସିଙ୍କୁ ଗୋଡେଇ ଗୋଡେଇ ମାଡ ମାରିଥିଲେ ସ୍ଥାନୀୟଲୋକେ। ଉକ୍ତ ମାମଲାରେ ପୋଲିସକୁ ମାଡ ମାରିଥିବା 13 ଜଣଙ୍କୁ ବୁଧବାର ରାତିରେ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ବାଲେଶ୍ବର
ସୂଚନାନୁସାରେ, ବାଲିଆପାଳରେ ଥିବା ରାଜଧାନୀ ହୋଟେଲ ଏବଂ ଢାବାରେ କାମ କରୁଥିବା ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଫଳରେ ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରି ଢାବାରେ ନିଆଁ ଲଗାଇ ଦେଇଥିଲେ । ଏଥିସହିତ ଘଟଣାର ତଦନ୍ତ ପାଇଁ ଆସିଥିବା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କୁ ପୋଲିସ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଉକ୍ତ ଘଟଣା ପରେ ବାଲିଆପାଳ ଆଇଆଇସିଙ୍କୁ ବଦଳି କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ