ଓଡିଶା

odisha

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା, ଢାବା ମାଲିକ ଘରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

By

Published : Jul 27, 2019, 12:49 AM IST

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ଅଶାନ୍ତ ହୋଇଉଠିଛି ସ୍ଥାନୀୟ ଅଞ୍ଚଳ । ଢାବା ମାଲିକ ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ । ଘଟଣାକୁ ଆଖି ଆଗରେ ରଖି ବାଲିଆପାଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ଉତ୍ତେଜନା ଥମିବାରେ ନାଁ ନେଉନି। ଶୁକ୍ରବାର ସକାଳେ ଉତ୍ୟକ୍ତ ଲୋକେ ପୋଲିସକୁ ଗୋଡାଇ ଗୋଡାଇ ପିଟିବା ସହ ଢାବା ଭଙ୍ଗାରୁଜା କରିଥିବାବେଳେ ରାତିରେ ଢାବାରେ ଓ ଢାବା ମାଲିକ ଘରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଥାଉକି, ଶୁକ୍ରବାର ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତାର ଇଡକୋ ହସ୍ପିଟାଲ ଛକ ନିକଟରେ ଥିବା ରାଜଧାନୀ ଢାବାରୁ ଜଣେ ନାବାଳକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାକୁ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ଦର୍ଶାଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ସହ ପୋଲିସକୁ ଗୋଡାଇ ଗୋଡାଇ ପିଟିଥିଲେ । ପରେ ଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା।

ତେବେ ରାତିରେ ପୁଣି ଥରେ ଲୋକଙ୍କ ଉତ୍ତେଜନା ଦେଖାଦେଇଥିଲା । ଫଳରେ ପୋଲିସ ମୃଦୁ ଲାଠିଚାଳନା କରିଥିଲା । ତେବେ ଘଟଣାକୁ ଆଖି ଆଗରେ ରଖି ବାଲିଆପାଳରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details