ଓଡିଶା

odisha

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା, ଡାକ୍ତରଖାନାରେ ମାନବାଧିକାର ସୁରକ୍ଷା ସେଲ ଟିମ୍‌

By

Published : Jul 29, 2019, 11:34 PM IST

ବାଲିଆପାଳ ନାବାଳକ ମୃତ୍ୟୁ ଘଟଣା, ଡାକ୍ତରଖାନାରେ ମାନବାଧିକାର ସୁରକ୍ଷା ସେଲ ଟିମ୍‌ । ଘଟଣାରେ 4 ଜଣିଆ ଟିମ ଆଜି(ସୋମବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବାଲିଆପାଳ ନାବାଳକ ମୃତ୍ୟୁ ଘଟଣାରେ ଡାକ୍ତରଖାନାରେ ମାନବାଧିକାର ସୁରକ୍ଷା ସେଲ ଟିମ୍‌ । ଘଟଣାରେ 4 ଜଣିଆ ଟିମ ଆଜି(ସୋମବାର) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ କରିଛନ୍ତି । ଏହାସହ ଘଟଣାରେ ଜଡିତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସୂଚାରୁ ରୂପେ କରିବା ସମ୍ପର୍କରେ ଆଲୋଚନା ହୋଇଥିବା ଜଣାପଡିଛି।

ତେବେ ଗତକାଲି(ରବିବାର) ଏହି ଟିମ୍‌ ବାଲିଆପାଳ ଗସ୍ତ କରି ଢାବା ଓ ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ବାଲିଆପାଳ ଆଇଆଇସି ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମଧ୍ୟ ବିଭିନ୍ନ ଦିଗରେ ପଚରାଉଚରା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପ୍ରକାଶ ଥାଉକି, ବାଲିଆପାଳର ଏକ ଢାବାରେ କାମ କରୁଥିବା ଜଣେ ନାବାଳକର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଫଳରେ ଲୋକେନେ ଉତ୍ୟକ୍ତ ହୋଇ ପୋଲିସକୁ ପିଟିବା ସହ ଢାବାରେ ନିଆଁ ଲଗାଇ ଦେଇଥିଲେ । 2 ଦିନ ଧରି ବାଲିଆପାଳ ଅଶାନ୍ତ ହୋଇ ପଡିଥିଲା। ଏହାକୁ ନେଇ ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ମାନବାଧିକାର ସୁରକ୍ଷା ସେଲ ଟିମ ତଦନ୍ତ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details